ଛୋଟ ଶିଶୁକୁ ଧରି ଟ୍ରକରେ ଚଢ଼ୁଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକଡାଉନ କରାଯାଇଛି। ଆଉ ଏହି ସମୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକ। ଯେଉଁମାନେ କି ପେଟପାଟଣା ପାଇଁ ଘରଦ୍ୱାର ଛାଡ଼ି ଅଜଣା ସହରରେ ରହୁଥିଲେ ଆଜି ସେମାନଙ୍କ ପାଇଁ ଲକଡାଉନ ଦାଉ ସାଜିଛି। ସୋସିଆଲ ମିଡିଆରେ ପ୍ରତିଦିନ ଶ୍ରମିକଙ୍କ ଏମିତି ଅନେକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଜଣଙ୍କ ଆଖିରୁ ଲୁହ ଝରିଯିବ।

ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଜଣେ ଶ୍ରମିକ ତା’ର ଛୋଟ ଶିଶୁଟିକୁ ଗୋଟିଏ ହାତରେ ଧରି ଟ୍ରକ୍ରେ ଚଢ଼ୁଥିବାର ଦେଖିବାକୁ ମିଳିଛି। ଭୋକ ଓ ଅସହାୟତର ଏକ କରୁଣ ଦୃଶ୍ୟ ଏଥିରେ ସ୍ପଷ୍ଟ ବାରି ହୋଇପଡ଼ୁଛି। ଏହାକୁ ନେଇ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିଛନ୍ତି। ଆଉ ଏମାନଙ୍କ ଲାଗି ‘ବନ୍ଦେ ଭାରତ’ କୁଆଡ଼େ ଗଲା ବୋଲି ପ୍ରଶ୍ୱ କରିଛନ୍ତି। ଆଉ ଆଜି ରାତି ୮ଟାରେ ଏମାନଙ୍କ ପାଇଁ ବି କିଛି କହିବାକୁ କହିଛନ୍ତି।