ନୂଆଦିଲ୍ଲୀ: ମାଇକ୍ରୋସୋଫ୍ଟର ସହସଂସ୍ଥାପକ ବିଲ ଗେଟ୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗେଟ୍ସଙ୍କଠାରେ ଏବେ ହାଲୁକା ଲକ୍ଷଣ ଦେଖା ଦେଉଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ ବୋଲି ସୂଚନା ଦେଇଛନ୍ତି । କୋଭିଡ-୧୯ ଟିକାର ବୁଷ୍ଟର ଡୋଜ ନେଇଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମନେକରୁଛି ଏବଂ ଭଲ ଚିକିତ୍ସା ସେବାର ଲାଭ ଉଠାଇପାରିବି ବୋଲି କହିଛନ୍ତି।