ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ଏକଦା ଭୋକର ଭୂଗୋଳ ଭାବରେ ପରିଗଣିତ ହେଉଥିବାବେଳେ ପୁଣି ଏହାର କରୁଣ ଚିତ୍ର ଗତକାଲି ସାମ୍ନାକୁ ଆସିଥିଲା। ଜଣେ ମାନସିକ ବିକୃତ ମହିଳା ପଚାସଢ଼ା ଖାଦ୍ୟ ଖାଉଥିବା ଘଟଣା ପ୍ରସାରିତ ହୋଇଥିଲା। ତେବେ ଖବର ପାଇବା ପରେ ଆଜି ସମ୍ବଲପୁର ‘ପରିଚୟ’ ଅନୁଷ୍ଠାନର ସଦସ୍ୟ ବିପିନ ବିହାରୀ ପଣ୍ଡା ଆସି ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ଥଇଥାନ ମଧ୍ୟ କରାଯିବ ବୋଲି ମଧ୍ୟ କହିଛନ୍ତି।