ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଟିକ୍ରାପଡ଼ା ଫାଣ୍ଡି ଅଧିନସ୍ଥ ଝିମନପାଲି ଗାଁରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଗାଧୋଇବାକୁ ଯାଇ ପାଣିରେ ବୁଡି ତାର ମୃତ ହୋଇଥିବା ଜଣାପଡିଛି। ସୂଚନା ମତେ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ଗାଧେଇବା ସ୍ଥାନୀୟ ପୋଖରୀ କୂଳକୁ ଗାଁର ଭରତ ପସାୟତ ଯାଇଥିବା ବେଳେ ପାଣିରେ ବୁଡି ତାଙ୍କର ମୃତ ଘଟିଛି। ବ୍ୟକ୍ତି ଜଣକ ମାନସିକ ବିକୃତ ଥିବା ଜଣାପଡିଛି।
ଖବର ପାଇବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପହଞ୍ଚି ଉକ୍ତ ପୋଖରୀରେ ୨ ଘଣ୍ଟା ଖୋଜାଖୋଜି ପରେ ମାନସିକ ଭାରସାମ୍ୟ ହରାଇ ଥିବା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ। ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର, ଅଗ୍ନିଶମ ବାହିନୀ ବିଭାଗର ସମୀର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପୁଲିସ ମୃତ ଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।