ପଞ୍ଚାୟତ ସମିତିର ସାଧାରଣ ବୈଠକ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ସଦର ବ୍ଲକର ସମ୍ମିଳନୀକକ୍ଷରେ ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକଙ୍କ ଅଧ୍ୟକ୍ଷତାରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି, ବ୍ଲକ ଉପାଧ୍ୟକ୍ଷା ବାଲାନ୍ତୀ ଗୋପାଳ, ଜିଲ୍ଲା ପରିଷଦ ସଦସ୍ୟା ଦହନା ଟାଙ୍ଗୁଲୁ, ଦେବୀ ମାଡ଼ି, ବିଧାୟକ ପ୍ରତିନିଧି ଅଶୋକ ବୈଦ୍ୟ ଓ ବିଡିଓ ଅଜୟ କୁମାର ପ୍ରଧାନ ଯୋଗଦେଇ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ। ଏଥିରେ ପ୍ରଥମେ ବିଡିଓ ଶ୍ରୀ ପ୍ରଧାନ ପୂର୍ବ ବୈଠକର ବିବରଣୀ ପାଠ କରାଯିବା ସହ ଅନୁମୋଦନ କରାଯାଇଥିଲା। ପରେ ସାଧାରଣ ବଣ୍ଟନ, ଶିକ୍ଷା, ସମାଜ କଲ୍ୟାଣ, କୃଷି, ଉଦ୍ୟାନ ଓ ପ୍ରାଣିଧନ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ମତ୍ସ୍ୟ ଚାଷ, ଗ୍ରାମ୍ୟ ଉନ୍ନୟନ, ଉଠାଜଳସେଚନ, କ୍ଷୁଦ୍ର ଜଳସେଚନ, ବିଦ୍ୟୁତିକରଣ, ଅନୁସୂଚିତ ଜାତି ଓ ଜନଜାତି, ଉନ୍ନୟନମୂଳକ କାର୍ଯ୍ୟଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସମସ୍ତ ସମିତିସଭ୍ୟ ଓ ସରପଞ୍ଚ ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ବ୍ଲକର ସମସ୍ତ ସମିତିସଭ୍ୟ ଓ ସରପଞ୍ଚ ଯୋଗ ଦେଇଥିଲେ।