ଏମ୍‌ବିବିଏସ୍‌, ବିଡିଏସ୍ ନାମଲେଖା, ୨୯ରୁ ଅନ୍‌ଲାଇନ କାଉନସେଲିଂ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ନିଟ୍‌ରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ଏମ୍‌ବିବିଏସ୍ ଓ ବିଡିଏସ୍‌ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ କାଉନସେଲିଂ ଆସନ୍ତା ୨୯ତାରିଖରୁ ଅନ୍‌ଲାଇନରେ ଆରମ୍ଭ ହେବ। ଏନେଇ ୱେବ୍‌ସାଇଟରେ ସୂଚନା ଉପଲବ୍ଧ କରାଯିବ ବୋଲି ଓଜେଇଇ ପକ୍ଷରୁ ଜଣାଇଦିଆଯାଇଛି।

ନିୟମ ଅନୁଯାୟୀ, ନିଟ୍‌-ୟୁଜି ୨୦୨୧ ମେରିଟ୍ ତାଲିକା ଆଧାରରେ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଏବଂ ବେସରକାରୀ କଲେଜଗୁଡିକର ଏମ୍‌ବିବିଏସ୍ ଓ ବିଡିଏସ୍ ପାଇଁ ଆଡ୍‌ମିଶନ କରାଯିବ।