ୟୁପି,ଏଜେନ୍ସି: ଏଥର ଉତ୍ତରପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଜବରଦସ୍ତ ବିଜୟ ପରେ ଅନ୍ୟ ସବୁ ବିରୋଧୀ ଦଳ ମାଟି କାମୁଡି ପଡିବା ଭଳି ସ୍ଥିତି ରହିଛି। ହେଲେ ମାତ୍ର ଗୋଟିଏ ସିଟ୍ରେ ବିଜୟ ହୋଇ ମାୟାବତୀଙ୍କ ବିଏସପି ଦଳ ପରାଜୟକୁ ସ୍ୱିକାର କରିଛି। ନିର୍ବାଚନରେ ହାରିବା ପରେ ଏକ ବଡ଼ ନିଷ୍ପତି ନେଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ।
ଏଣିକି ତାଙ୍କ ଦଳର ନେତାମାନେ କୌଣସି ଟିଭି ଚ୍ୟାନେଲ ବିତର୍କରେ ଭାଗ ନେବେନାହିଁ। ଟିଭି ଚ୍ୟାନେଲ ଗୁଡ଼ିକ ଜାତିଗତ ଏଜେଣ୍ଡାକୁ ନେଇ ବତର୍କ କରୁଥିବାରୁ ଏହା ତାଙ୍କ ଦଳକୁ ନିର୍ବାଚନରେ କ୍ଷତି ପହଞ୍ଚାଇଛି। ଏଥିପାଇଁ ତାଙ୍କ ଦଳ ସମସ୍ତ ଟିଭି ଚ୍ୟାନେଲ ବିତର୍କରୁ ଦୂରେଇ ରହିବାକୁ ନିଷ୍ପତି ନେଇଛି ବୋଲି ମାୟାବତୀ କହିଛନ୍ତି।
ମାୟାବତୀଙ୍କ ଅଭିଯୋଗ ଅନୁଯାୟୀ ଟିଭି ଚ୍ୟାନେଲ ଗୁଡିକ ବଡ଼ ବଡ଼ ନେତା ମାନଙ୍କ ଛତ୍ରଛାୟାରେ ମିଥ୍ୟା ଖବର ପ୍ରକାଶ କରିବା ସହିତ ଜାତିବାଦକୁ ଅଧିକ ବଢାଉଛନ୍ତି ତେଣୁ ବିଏସପି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି।