ମୋରିସସରେ ମହାତ୍ମା ଗାନ୍ଧୀଙ୍କ ନାମରେ ମେଟ୍ରୋ ଷ୍ଟେସନ

ନୂଆଦିଲ୍ଲୀ,ଏଜେନ୍ସି: ମୋରିସସରେ ମହାତ୍ମା ଗାନ୍ଧୀଙ୍କ ନାମରେ ତିଆରି ହେବ ମେଟ୍ରୋ ଷ୍ଟେସନ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ବେଳେ ସୂଚନା ଦେଇଛନ୍ତି ମୋରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗ୍ନାଥ। ଉଭୟ ଦେଶର ପ୍ରଧାନମନ୍ତ୍ରୀ ମୋରିସସରେ ନବ ନିର୍ମିତ ସ୍ବତନ୍ତ୍ର ହାଉସିଂ ୟୁନିଟର ଉଦ୍‌ଘାଟନ କରିଛନ୍ତି। ଭାରତର ସହୟତାରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିଛି।

ଖାଲି ସେତିକି ନୁହେଁ ମୋରିସସରେ ମେଟ୍ରେ ପ୍ରକଳ୍ପ ପାଇଁ ଭାରତ ୧୯୦ ମିଲିୟନ ଡଲାର ଖର୍ଚ୍ଚ କରିବ। ଏହା ଭାରତ ଓ ମୋରିସସ ମଧ୍ୟରେ ଥିବା ସମ୍ପର୍କକୁ ଦୃଢ଼ିଭୁତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମୋରିସସକୁ ଭାରତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଏହି ଅବସରରେ ନରେନ୍ଦ୍ର ମୋଦି ୨୦୧୫ ବେଳର ମୋରିସସ ଗସ୍ତ ସମ୍ପର୍କରେ ମନେ ପକାଇଥିଲେ। ପୂର୍ବତନ ମୋରିସସ ରାଷ୍ଟ୍ରପତି ଆନେରଉଡ ଜୁଗ୍ନାଥ ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କକୁ ମଝବୁତ କରିବାକୁ ଅନେକ ପଦକ୍ଷେପ ନେଇଥିଲେ। ଏହାକୁ ଭାରତ ଆଗେଇ ନେବାକୁ ଚେଷ୍ଟା କରିବ ବୋଲି ମୋଦୀ କହିଛନ୍ତି।

୨୦୧୯ରେ ଭାରତ ଓ ମୋରିସସ ମଧ୍ୟରେ ରେଳ ଟ୍ରାଞ୍ଜିଟ୍‌ ସିଷ୍ଟମର ଉଦଘାଟନ ହୋଇଥିଲା। ଉଭୟ ଦେଶର ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ। ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କରେ ଏହାଏକ ମାଇଲଷ୍ଟୋନ କହିଲେ ଭୁଲ ହେବନି। ଏହାଦ୍ବାରା ଦୁଇଦେଶରେ ଅର୍ଥନୀତି ଉପରେ ପ୍ରଭାବ ପଡ଼ିଥିଲା। କାରଣ ଏହି ପ୍ରକଳ୍ପ ଯୋଗୁଁ ବହୁ ନିଯୁକ୍ତ ସୃଷ୍ଟି ହୋଇଥିଲେ। ଏହାଦ୍ବାରା ମୋରିସସରେ ଇଞ୍ଜିନିୟରିଂ, ଟେକ୍ନିକାଲ ଦକ୍ଷତା ଉନ୍ନତି ଆଣିବା ସହାୟକ ହୋଇ ପାରିଥିଲା।