କମିବାରେ ଲାଗିଛି ମାଟି ଦୀପର ଚାହିଦା

ରାୟଗଡା,ଏନ୍ଏନ୍ଏସ୍ଆ: ଆଉ ଦିନଟେ ପରେ ଆଲୋକର ପର୍ବ ଦୀପାବଳି । ଦିପାଵଳୀ ପାଇଁ ସାରା ଜିଲ୍ଲା ଚଳଚଞ୍ଚଳ । ଏହି ଦିନ ଅନ୍ଧକାର ଉପରେ ଆଲୋକର ବିଜୟକୁ ପ୍ରତିକ ଭାବେ ଲୋକେ ଏହି ପର୍ବକୁ ପାଳନ କରିଥାନ୍ତି । ପୈରାଣିକ କଥାବସ୍ତୁ ଅନୁଯାୟୀ ରାମଚନ୍ଦ୍ର ଲଙ୍କା ବିଜୟ କରି ପୁଷ୍ପକ ବିମାନରେ ସୀତାଙ୍କୁ ସାଙ୍ଗରେ ନେଇ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିବା ଯୋଗୁଁ ଅଯୋଧ୍ୟା ବାସି ଘରେ ଘରେ ମାଟିର ଦିପ ଜାଳି ସ୍ବାଗତ କରିଥିଲେ ।

ସେପଟେ ମହାଳୟାରେ ମର୍ତ୍ତଲୋକକୁ ଆସିଥିବା ପିତୄପୁରୁଷଙ୍କୁ ଦିପଜାଳି “ପିତୄଲୋକ ପରିତେଜ୍ୟ ଆଗତା ଯେ ମହାଳୟେ,ଉଜ୍ବଳଂ ଯୋତିଷାଂ ମାର୍ଗଂ ପ୍ରପଶ୍ୟନ୍ତୋ ବ୍ରଜନ୍ତୁତେ “କହିବା କେଉଁ ଆବହମାନ କାଳରୁ ଏହି ଦୀପଦାନର ପରମ୍ପରା ପ୍ରଚଳିତ ହୋଇ ଆସୁଅଛି । ତେବେ ଏହି ପର୍ବରେ ଦୀପ ହିଁ ମୁଖ୍ୟ ଭୂମିକା ରହିଥିବାବେଳେ ସମୟାନୁସାରେ ମାଟି ଦିପ ଗୈାଣ ହୋଇ ସେ ସ୍ଥାନରେ ଚାଇନା ଦିପ , କେଣ୍ଡେଲ,ମିଠା ଏବଂ ବାଣର ଚାହିଦା ବଢ଼ିବାରେ ଲାଗିଛି ।

ଏହି ପରମ୍ପରା ୮୦ ଦଶକ ପର୍ୟ୍ୟନ୍ତ ଭାରତ ବର୍ଷରେ ଘରେ ଘରେ ମାଟି ଦିପ ଲଗାଇ ଦିପାଵଳୀ ପାଳୁଥିଲେ । କିନ୍ତୁ ସମୟାନୁସାରେ ଏହି ପରମ୍ପରାର ପରିବତ୍ତନ ଘଟିଛି । ବର୍ତ୍ତମାନର ମସାଜରେ କିଏ କେତେ ବାଣ ପୁଟାଇଲା , କିଏ କେତେ ମିଠା ବଣ୍ଟିଲା ଏବଂ କାହାଘରକୁ କେତେ ସୁନ୍ଦର ଭଳିକି ଭଳି ଆଲୋକ ମାଳାରେ ସଜାଇ ପାରିଲା ସେ ନେଇ ପ୍ରତିଦ୍ବନ୍ଦ୍ବିତା ଲାଗିଛି । ହେଲେ ଭୁଲିଯାଉଛନ୍ତି ଏହା ଦ୍ବାରା କେତେ ପରିମାଣର ପ୍ରଦୁଷଣ ସେଥିପ୍ରତି କାହାର ଧ୍ୟାନ ନାହିଁ ।

ଏପରିକି ଗାଁ ଗହଳିରେ ଆଉ କୁମ୍ଭୀରର ହାଣ୍ଡି ମାଠିଆ ତିଆରିର ଠକ ଠକ ଶବ୍ଦ ଶୁଭୁ ନାହିଁ । ହେଲେ ସମୟ ସରିଯାଇନି , ଏବେ ମଧ୍ୟ ସମୟ ଅଛି ସଚେତନ ହେବାର । ପୁଣିଥରେ ଦିପର ପର୍ବ ଦିପାଵଳୀକୁ ମାଟିର ଦିପ ଲଗାଇ ପାଳନ କରିବା ।