ପଞ୍ଜାବ,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବର ଆମ ଆଦମି ପାର୍ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ପଞ୍ଜାବ ସରକାର ରାଜ୍ୟବାସୀଙ୍କୁ ମାସ୍କ ଲଗାଇବାକୁ ଆଦେଶ ଦେଇଛି । କିନ୍ତୁ ଏହାକୁ ଉଲ୍ଲଂଘନ କଲେ ଜୋରିମାନ ଭରିବାକୁ ନେଇ କୌଣସି ଘୋଷଣା କରାଯାଇ ନାହିଁ । ଏନେଇ ବୟାନ ଜାରି କରି ପଞ୍ଜାବ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ପଞ୍ଜାବ ସରକାର କହିଛନ୍ତି ଯେ, ଭିଡ଼ ଜାଗାରେ ମାସ୍କ ପିନ୍ଧିବା ନିହାତି ଜରୁରୀ । ଟ୍ରେନ, ଟେକ୍ସି, କ୍ଲାସରୁମ ଓ ଅଫିସରେ ମଧ୍ୟ ସମସ୍ତେ ମାସ୍କ ପରିଧାନ କରନ୍ତୁ ।