ପୁଡ଼ୁଚେରୀରେ ମାସ୍କ ବାଧ୍ୟତାମୂଳକ

ପୁଡ଼ୁଚେରୀ: ଦେଶରେ କରୋନା ମାମଲା ଲାଗାତାର ଭାବେ ବଢ଼ିବାରେ ଲାଗିଛି । ଏନେଇ କେନ୍ଦ୍ର ସରକାର ୍ରଆକ୍ସନ ମୋଡରେ ଥିବାବେଳେ କେନ୍ଦ୍ରଶାସିତ ପ୍ରଦେଶ ପୁଡ଼ୁଚେରୀ ସରକାର ମଧ୍ୟ ବଡ଼ ନିଷ୍ପତ୍ତି ନେଇଛନ୍ତି । ଫଳରେ ଏବେ ପୁଡ଼ୁଚେରୀରେ ସାର୍ବଜନୀନ ସ୍ଥାନରେ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏହାସହ ହସ୍ପିଟାଲ, ବାର, ହୋଟେଲ, ରେସ୍ତୋରାଁ , ମନୋରଞ୍ଜନ କ୍ଷେତ୍ର, ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟିକ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ବାଧ୍ୟମତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ । ଏନେଇ ଜିଲ୍ଲାପାଳ ଇ.ବଲ୍ଲଭନ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟାରେ ୬ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଫଳରେ ସକ୍ରିୟ କରୋନା ମାମଲା ସଂଖ୍ୟା ବଢ଼ି ୨୮ହଜାର ୩୦୩ରେ ପହଞ୍ଚିଛି । ଗତ ବର୍ଷ ସେପ୍ଟେମ୍ବର ୧୬ରେ ମୋଟ ୬,୨୯୮ ମାମଲା ସାମ୍ନାକୁ ଆସିଥିଲା ।