ପୁଲିସ ଇନଫରମର ସନ୍ଦେହରେ ମାଓବାଦୀଙ୍କ ଦ୍ୱାରା ଜଣକୁ ହତ୍ୟା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାର ଭଦ୍ରାକାଳୀ ଥାନା ଅନ୍ତର୍ଗତ ଦୁଧେଡ଼ା ଗ୍ରାମର ଜଣେ ଯୁବକଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି। ଗ୍ରାମର କିଷ୍ଟେୟା ନାମକ ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଛନ୍ତି।

ହତ୍ୟା କରିବା ପରେ ଶବ ନିକଟରେ ମାଓବାଦୀମାନେ ଏକ ପୋଷ୍ଟର ଛାଡ଼ି ଚାଲିଯାଇଛନ୍ତି। ଏଥିରେ ତେଲେଙ୍ଗାନା ପୁଲିସ ପାଇଁ ସେ ସୂଚନାଦାତା ଭାବେ କାର୍ଯ୍ୟ କରୁଥିବାରୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି। ମାଓ ସଂଗଠନର ମଧେଡ଼ ଏରିଆ କମିଟି ପକ୍ଷରୁ ଏହି ହତ୍ୟା କରାଯାଇଥିବା ଛାଡ଼ି ଚାଲିଯାଇଥିବା ପୋଷ୍ଟରରୁ ଜଣାପଡ଼ିଛି।