ପୁଣି ସକ୍ରିୟ ହୋଇ ଉଠିଲେଣି ମାଓବାଦୀ, ବିସ୍ଫୋରଣ କରି ଉଡ଼ାଇଦେଲେ ଟ୍ରେନ୍ ଲାଇନ୍‌

ମାଲକାନଗିରି,ଏନ୍ଏନ୍ଏସ୍: ପୁଣି ସକ୍ରିୟ ହୋଇ ଉଠିଲେଣି ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ହିଂସାକାଣ୍ଡ ପୁଣି ଦେଖିବାକୁ ମିଳିଛି। ଛତିଶଗଡ଼ ଭାସି ଜଙ୍ଗଲରେ ବିସ୍ଫୋରଣ କରି ଉଡ଼ାଇଦେଲେ ରେଳ ଧାରଣା।

ଯାହାଫଳରେ ପରେ ସେହି ରୁଟ୍‌ରେ ଯାଉଥିବା ମାଲବାହୀ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୌଭାଗ୍ୟ ବସତଃ ତାହା କୌଣସି ଯାତ୍ରୀବାହୀ ଟ୍ରେନ୍ ନଥିଲା ତାହା ଏକ ମାଲବାହୀ ଟ୍ରେନ୍ ଥିଲା। ଫଳରେ ସେହି ରେଳରେ ଲୁହା ପଥର ବୋଝୋଇ ମାଲକାନଗିରି ଇଞ୍ଜିନ୍ ଓ ଦୁଇଟି ୨ଟି ୱାଗନ୍ କ୍ଷତିଗ୍ରସ୍ତ ହୋଇଛି।

ଏହି ଦୁର୍ଘଟଣା ଯୋଗୁଁ ବହୁ ସମୟ ଧରି ବିଶାଖାପାଟଣା ଓ କେରଣ୍ଡଲ ମଧ୍ୟରେ ରେଳ ଚଳାଚଳ ବ୍ୟାହତ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ଭୈରପଗଡ଼ ମାଓ ସଂଗଠନ ନିଜକୁ ଦାୟୀ କରିଛି। ଆଗରୁ ମଧ୍ୟ ବାରମ୍ବାର ମାଓବାଦୀଙ୍କ ପକ୍ଷରୁ ଚେତାବନୀ ଦିଆଯାଉଥିବା ବେଳେ ଆଜି ଏପରି କାଣ୍ଡ ଘଟାଇଛନ୍ତି ମାଓବାଦୀ।