ଆତ୍ମସମର୍ପଣ କଲା କେକେବିଏନ କ୍ୟାଡର ମାଓବାଦୀ ସୁରଜନ

  • ବାଲାଙ୍ଗିର, ଏନଏନଏସ: ମାଓ ଅଧ୍ୟୁଷିତ ବଲାଙ୍ଗିର ଜିଲ୍ଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ତାସହ ମାଓବାଦ ଦମନ ଓ ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ନେଇ ବଲାଙ୍ଗିରରେ ନୂଆ ଆଶାର ସଞ୍ଚର ହୋଇଛି। ଆଜି ସିପିଆଇ (ମାଓବାଦୀ) ଦଳର ସକ୍ରିୟ ସଦସ୍ୟ ତଥା କେକେବିଏନ୍ ଡିଭିଜନର ଏରିଆ କମାଣ୍ଡର ଆଇତୁ କୋରସା (୨୩) ଓରଫ ସୁରଜନ ବଲାଙ୍ଗିର ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛି। ସୁରଜନ ଛତିଶଗଡ ବିଜାପୁର ଜିଲ୍ଲା ଗାଙ୍ଗଲୋର ଥାନା ଅନ୍ତର୍ଗତ ମନକେଲି ଗ୍ରାମର ସୋନା କୋରସାଙ୍କ ପୁଅ ବୋଲି ଜଣାପଡିଛି। ବଲାଙ୍ଗିର ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର, ବଲାଙ୍ଗିର ଏସପି ନୀତିନ କୁଶଲକର, ସିଆରପିଏଫ କମାଣ୍ଡେନ୍ଟ ଜୋଗେଶ୍ୱର ସିଂ ମୋର୍ଯ୍ୟାଙ୍କ ଉପସ୍ଥିତିରେ ଆଇତୁ କୋରସା ଆତ୍ମସମର୍ପଣ କରିଥିଲା। ବଲାଙ୍ଗିର ପୋଲିସ ଆଇତୁଙ୍କୁ ଫୁଲତୋଡା ଦେଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସ୍ୱାଗତ କରିଥିଲେ।
    ପ୍ରକାଶ ଯେ, ସୁରଜନଙ୍କୁ ପିଲା ଦିନରୁ ମାଓ ଆଦର୍ଶ ବିଷୟରେ ଶିକ୍ଷା ଦିଆଯାଇଥିଲା। ସପିଆଇ(ମାଓବାଦୀ)ରେ ଯୋଗଦେବା ପୂର୍ବରୁ ସେ ନିଜ ଗାଁ ବାଲ ସଂଗଠନରେ କାମ କରୁଥିଲେ। ମାଓ ନେତା ଦିନେଶଙ୍କ ଦ୍ୱାର ପ୍ରଭାବିତ ହେବା ସହ ତାଙ୍କ ଅଧୀନରେ ୧୦ ଦିନ ଟ୍ରେନିଂ ମଧ୍ୟ ନେଇଥିଲେ। ୨୦୧୩ରେ ବିବିଏମ ଡିଭିଜନର ପାର୍ଟି ମେମ୍ବର ହେବା ପରେ ପ୍ରଥମ କରି ବନ୍ଧୁକ ଧାରଣ କରିଥିଲେ। ୨୦୧୬ରେ ତାଙ୍କୁ କେକେବିଏନ ଡିଭିଜନରେ ସ୍ତାନାନ୍ତରିତ କାରାଯାଇ ୨୦୧୮ରେ କୋଡାଙ୍ଗା ମହାନଦୀ ସଂଯୁକ୍ତ ଏରିଆ କମିଟି ଏସିଏମ କ୍ୟାଡର ଦିଆଯାଇଥିଲା। ୨୦୧୭ ଡିସେମ୍ବର ଗୋଛାପଡା ଥାନା ଅଞ୍ଚଳରେ ଆଇଡି ବିସ୍ଫୋରଣ, ୨୦୧୯ରେ କୋଡାଙ୍ଗା ଅଞ୍ଚଳରେ ଗୁଳି ବିନିମୟ ଓ ନିର୍ବାଚନ ସମୟରେ ଯାନବାହନ ପୋଡି, ୨୦୨୦ ଖୌନଖମନ ଅଞ୍ଚଳରେ ଆଇଡି ବିସ୍ଫୋରଣ, ୨୦୨୧ କାଡାଙ୍ଗା ଗୁଳିବିନିମୟ ଓ ୨୦୨୧ ଫିରିଙ୍ଗିଆ ଥାନା ଅଞ୍ଚଳରେ ଗୁଳି ବିନିମୟରେ ସୁରଜନ ସାମିଲ ଥିବା ପୁଲିସ କହିଛି। ସେହିପରି ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନା, ଜଙ୍ଗଲ ଭିତରେ ସ୍ୱାସ୍ଥ୍ୟବସ୍ଥାର ଅଭାବ, ମାଓ କ୍ୟାମ୍ପରେ ଆଦିବାସୀଙ୍କ ପ୍ରତି ଭେଦଭାବ, ବିକାଶଶୀଳ ସରକାରୀ ବ୍ୟବସ୍ଥା ତଥା ଶାନ୍ତିପୂର୍ଣ୍ଣ ଜୀବନର ମୋହ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆକୃଷ୍ଟ କରିଥିବା ସୁରଜନ କହିଛନ୍ତି।
    ବାଲାଙ୍ଗିର, ଏନଏନଏସ: ମାଓ ଅଧ୍ୟୁଷିତ ବଲାଙ୍ଗିର ଜିଲ୍ଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ତାସହ ମାଓବାଦ ଦମନ ଓ ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ନେଇ ବଲାଙ୍ଗିରରେ ନୂଆ ଆଶାର ସଞ୍ଚର ହୋଇଛି। ଆଜି ସିପିଆଇ (ମାଓବାଦୀ) ଦଳର ସକ୍ରିୟ ସଦସ୍ୟ ତଥା କେକେବିଏନ୍ ଡିଭିଜନର ଏରିଆ କମାଣ୍ଡର ଆଇତୁ କୋରସା (୨୩) ଓରଫ ସୁରଜନ ବଲାଙ୍ଗିର ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛି। ସୁରଜନ ଛତିଶଗଡ ବିଜାପୁର ଜିଲ୍ଲା ଗାଙ୍ଗଲୋର ଥାନା ଅନ୍ତର୍ଗତ ମନକେଲି ଗ୍ରାମର ସୋନା କୋରସାଙ୍କ ପୁଅ ବୋଲି ଜଣାପଡିଛି। ବଲାଙ୍ଗିର ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର, ବଲାଙ୍ଗିର ଏସପି ନୀତିନ କୁଶଲକର, ସିଆରପିଏଫ କମାଣ୍ଡେନ୍ଟ ଜୋଗେଶ୍ୱର ସିଂ ମୋର୍ଯ୍ୟାଙ୍କ ଉପସ୍ଥିତିରେ ଆଇତୁ କୋରସା ଆତ୍ମସମର୍ପଣ କରିଥିଲା। ବଲାଙ୍ଗିର ପୋଲିସ ଆଇତୁଙ୍କୁ ଫୁଲତୋଡା ଦେଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସ୍ୱାଗତ କରିଥିଲେ।