ମାଓନେତା ସବ୍ୟସାଚୀ ପଣ୍ଡା କୋର୍ଟରେ ହାଜର, ୨୭ରେ ପରବର୍ତ୍ତୀ ଶୁଣାଣି

ରାୟଗଡ଼ା, ଏନ୍ଏନ୍ଏସ୍ -କଡା ସୁରକ୍ଷା ମଧ୍ୟରେ ସୋମବର ମାଓ ନେତା ସବ୍ୟସାଚ୍ଚୀ ପଣ୍ଡାଙ୍କୁ ରାୟଗଡା ସିଜେଏମ୍ ଙ୍କ କୋଟରେ ହାଜର କରାଯାଇଛି । ୨୦୦୨ ମସିହା ଡିସେମ୍ବର ୫ ତାରିଖରେ ଚାନ୍ଦିଲି ଥାନା ଅନ୍ତର୍ଗତ ମିଟସ କଲେଜ ନିକଟରେ ପୁଲିସ ଭ୍ୟାନ କୁ ଲ୍ୟାଣ୍ଡମାଇନ ଲଗାଇ ଉଡାଇଦେବା ଘଟଣାରେ ସବ୍ୟସାଚ୍ଚୀଙ୍କ ନାମରେ ଥିବା ମାମଲାର ସୋମବାର ବୟାନ ରେକର୍ଡ କରଯାଇଥିଲା । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ଜଣାପଡିଛି । ସରକାରୀ ଓକିଲ ଉମା ଚରଣ ପଟ୍ଟନାୟକ ଏହି ମାମଲା ପରିଚାଳନା କରୁଥିବା ବେଳେ ସବ୍ୟସାଚୀଙ୍କ ତରଫରୁ ମଙ୍ଗଳମୂର୍ତ୍ତୀ ବେଉରିଆ ଲଢୁଛନ୍ତି ।