ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ

ମାଓ କ୍ୟାମ୍ପ ଠାବ, ୨ବନ୍ଧୁକ ସହ ବିପୁଳ ମାଓ ସାମଗ୍ରୀ ଜବତ

ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରାଖୋଲ ବ୍ଲକ୍ ଲାଠୋର ଥାନା ବେନ୍ଦେର ଗ୍ରାମ ନିକଟରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳିବିନିମୟରେ କେହି ମୃତାହତ ହୋଇନଥିବାବେଳେ ମାଓ କ୍ୟାମ୍ପ ଠାବ ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି।

ପ୍ରକାଶ ଯେ, ବେନ୍ଦେର ଜଙ୍ଗଳରେ ମାଓବାଦୀମାନଙ୍କ ଉପସ୍ଥିତି
ସମ୍ପର୍କରେ ପୁଲିସ ସୂଚନା ପାଇଥିଲା। ସୋମବାର ସିଆପିଏଫ୍ ଓ ଡିଭିଏଫ୍ ଯବାନମାନେ ଅଞ୍ଚଳରେ କୁମ୍ବିଂ ଅପରେସନ କରିଥିଲେ। ଏହି ସମୟରେ ୧୫ରୁ ୨୦ ମିନିଟ୍ ଗୁଳିବିନିୟମ ହୋଇଥିବା ଲାଠୋର ଥାନା ଅଧିକାରୀ ଧମେନ୍ର୍ଦ୍ର ଶାନ୍ତି କହିଛନ୍ତି। ଏହାପରେ ଘଞ୍ଚ ଜଙ୍ଗଲରୁ ମାଓକ୍ୟାମ୍ପ ଠାବ କରାଯାଇଥିଲା। ଉକ୍ତ କ୍ୟାମ୍ପରୁ ଦରି, ପୋଷାକ, ସ୍ୱେଟର, ଲାଇଟ, ସାବୁନ, ତେଲ, ଲୁଣ, ଅଟା, ହଳଦୀ, ମସଲା, ଡେକଚି, ବାଲଟି, ଖାଦ୍ୟ ସାମଗ୍ରୀ ଆଦି ଜବତ କରାଯାଇଥିଲା।