ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ସୀମାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଆନ୍ଧ୍ର ଓଡିଶା ସୀମାନ୍ତ ଚିନ୍ତାଗାରଭୁ ଗ୍ରାମର ସିଏଚସତୀଶଙ୍କୁ ପୁଲିସ ଇନଫର୍ମର ସନ୍ଦେହ କରି ୧୫ ରୁ ୧୭ ଜଣ ସଶସ୍ତ୍ର ମାଓବାଦୀ ଗତକାଲି ରାତି ୧୧ ଟାରେ ସମୟରେ ଘରୁ ଡାକି ନେଇ ଗାଁ ମୁଣ୍ଡରେ ଗଳାକାଟି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ତେଲୁଗୁ ଭାଷାରେ ଏକ ହାତ ଲେଖା ଚିଠି ଛାଡି ଯାଇଛନ୍ତି ମାଓବାଦୀ।