ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଏମ୍ସରୁ ଛୁଟି ମିଳିଯାଇଛି। ହସ୍ପିଟାଲରୁ ଡିସଚାର୍ଜ ହେବା ପୂର୍ବରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଯାହାକି ନେଗେଟିଭ ଆସିଛି। ରବିବାର ରାତିରେ ଜ୍ଜ୍ୱର ଓ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୮୭ ବର୍ଷୀୟ ମନମୋହନଙ୍କୁ ଏମ୍ସର ହୃଦୟ ଓ ଛାତି ସମ୍ବୋଧିତ ସେଣ୍ଟରରେ ଡାକ୍ତରଙ୍କ ଦେଖାଶୁଣାରେ ରଖାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ପରେ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ନେଇ ଏମ୍ସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।