କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକାରୁ ହଟିଲା ମନିଷ ତିୱାରୀଙ୍କ ନାମ

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୀତି ସରଗରମ ହେବାରେ ଲାଗିଛି । ଏହିକ୍ରମରେ ପଞ୍ଜାବ କଂଗ୍ରେସ ପାର୍ଟି ଆଜି ୩୦ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ଏନେଇ କଂଗ୍ରେସ ପାର୍ଟିରେ ପୁଣିଥରେ ବିବାଦ ଦେଖାଦେଇଛି । ଏହି ତାଲିକାରେ ଲୋକସଭା ସାଂସଦ ମନିଷ ତିୱାରୀଙ୍କ ନାମ ସାମିଲ ନାହିଁ । ସେଥିପାଇଁ ଶ୍ରୀ ତିୱାରୀ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ।

ମନିଷ ତିୱାରୀ କହିଛନ୍ତି ଯେ, ମୋ ନାଁ ଯଦି ତାଲିକାରେ ଥା’ଆନ୍ତା ତେବେ ମୋତେ ଆଶ୍ଚର୍ଯ୍ୟ ହୋଇଥାନ୍ତା । ଏବେ କୌଣସି ଆଶ୍ଚର୍ଯ୍ୟ ହେଉନି କି ସେଠାରେ ନାହିଁ । ପ୍ରଶ୍ନ ରହିଲା ହିନ୍ଦୁ-ଶିଖକୁ ନେଇ ତେବେ ପଞ୍ଜାବରେ ସେନେଇ କେବେ କୌଣସି ପ୍ରସଙ୍ଗ ସାମ୍ନାକୁ ଆସିନାହିଁ । ଯଦି ଏହା ପ୍ରସଙ୍ଗ ହୋଇଥାନ୍ତା ତେବେ ମୁଁ ଆନନ୍ଦପୁର ସାହେବରୁ ସାଂସଦ ହୋଇନଥାନ୍ତି ।