କଳାହାଣ୍ଡି: ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଉକ୍ତ ଘଟଣାଟି ମ.ରାମପୁର ଥାନା କର୍ଲାଖୁଣ୍ଟା ଦୁଲେନ ବ୍ରିଜ ପାଖରେ ଘଟିଛି । ମୃତ ସାମ୍ବାଦିକ ଜଣକ ରୋହିତ ବିଶ୍ୱାଳ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ସାମ୍ବାଦିକ ମାଓ ପୋଷ୍ଟର ଲାଗିଥିବା ନେଇ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ । ରୋହିତ ଏକ ଦୈନିକ ଖବର କାଗଜରେ କାମ କରୁଥିଲେ ।