ଲିଓ କ୍ଲବର ଜିଲ୍ଲା ସଭାପତି ଇଞ୍ଜିନିୟର ଲିଓ ମନିଶ ଜୈନକୁ ଭାରତ ମାତା କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧନା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସ୍ୱାଧୀନତା ଦିବସ ଅବସରରେ ପାଟଣାଗଡ଼ର ଯୁବ ଇଞ୍ଜିନିୟର ଲିଓ ମନିଶ ଜୈନ ଲାୟନ୍ ୩୨୨ସି ୨ର ଯୁବ ଶାଖା ଲିଓ କ୍ଲବର ଜିଲ୍ଲା ସଭାପତି ଭାବେ ଲାୟନ୍ସ କ୍ଲବର ଗଭର୍ଣ୍ଣର ଲାୟନ ପ୍ରବୀଣ ଅଗ୍ରୱାଲ ମନୋନୀତ କରିଛନ୍ତି । ପାଟଣାଗଡ଼ ଲିଓ କ୍ଲବର ସଦସ୍ୟ ମନିଶଙ୍କୁ ଜିଲ୍ଲା ଲିଓ କ୍ଲବର ସଦସ୍ୟ ଭାବେ ମନୋନୀତ କରାଯାଇୟଥିବାରୁ ପାଟଣାଗଡ଼ ଭାରତ ମାତା କ୍ଲବ୍ ପକ୍ଷରୁ ଗତକାଲି ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବର ସଭାପତି ଅନୁପ ଜୈନ, ରମେଶ ଜୈନ ନାଭ ରାଓ, ସୁଦାମ ନାୟକ, ଆଶିଷ ମିତ୍ର, ସତ୍ୟପ୍ରିୟ ଖୁଣ୍ଟିଆ, ଅରୁଣ ପଟ୍ଟନାୟକ, ବୁଲୁ ମାଝୀ ମୁନା ପାଣିଗ୍ରାହୀ, ପ୍ରଭାତ ଯୋଶୀ, କରୁଣା ପାଣିଗ୍ରାହୀ ଓ ଦୁଷ୍ମନ୍ତ ପଟ୍ଟନାୟକ ସମେତ କ୍ଲବର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।