ତାର୍ଲାକୋଟାରେ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ତାର୍ଲାକୋଟାଠାରେ ଆଜି ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲାପାଳ ଡ.ୱାଇ ବିଜୟ ଏହି ମଣ୍ଡିର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋରୁକୋଣ୍ଡା ବ୍ଲକର ଅଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ୱାଇଁ, କୋରୁକୋଣ୍ଡା ବିଡିଓ ଆଂଶୁମାନ ମହାପାତ୍ର, ତାର୍ଲାକୋଟା ସରପଞ୍ଚ ସୋମନାଥ ବାର୍ସେ ଯୋଗଦେଇ ଥିଲେ। ସରକାରଙ୍କ ଦ୍ୱାରା ମାଣ୍ଡିଆ କ୍ୱିଣ୍ଟାଲ ପିଛା ୩୧୫୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଚଳିତବର୍ଷ ଏହାକୁ ବୃଦ୍ଧି କରାଯାଇ କ୍ୱିଣ୍ଟାଲ ପିଛା ୩୨୯୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାଦ୍ୱାରା ସେମାନଙ୍କର ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ବିକାଶ ହୋଇପାରିବ ବୋଲି କହିଥିଲେ। ମାଣ୍ଡିଆ ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ଘଟିବ ବୋଲି କହିଥିଲେ। ଆମେ ଚଳିତବର୍ଷ ୩୦ ହଜାର କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଏହାର ସର୍ବନିମ୍ନ ସହାୟକ ମୂଲ୍ୟ କିଲୋଗ୍ରାମ ପିଛା ୩୨.୯୫ ପଇସା ଧାର୍ଯ୍ୟ କରାଯାଇଛି। ଏହି ଲକ୍ଷ୍ୟ ଆମେ ସହଜରେ ହାସଲ କରିବୁ ବୋଲି ଜିଲ୍ଲାପାଳ ଡ.ବିଜୟ ପ୍ରକାଶ କରିଛନ୍ତି।