ମୃତ୍ୟୁ ପୁର୍ବରୁ ମାନସ ଲେଖିଥିଲେ ଶେଷ ଚିଠି, ଲେଖାଥିଲା ଶର୍ମିଷ୍ଠାର କଳା କାରନାମା ଜିଲ୍ଲାରାଜ୍ୟ By Nitidin On Mar 25, 2022 Share ଭୁବନେଶ୍ବର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡରେ ଆଉ ଏକ ଗୁମର ଖୋଲିଛି। ହତ୍ୟା ପୁର୍ବରୁ ମାନସ ନଜ ପରିବାର ପାଇଁ ଲେଖିଥିଲେ ଏକ ଚିଠି। ଆଶ୍ରମରେ କାମ କରୁଥିବା ଜଣେ ସହାୟିକା ଏହି ଚିଠି ପାଇଥିଲେ। ଏହି ଚିଠି ପଢ଼ିବା ପରେ ଚିଠିଟିକୁ ଶର୍ମିଷ୍ଠା ନେଇଯାଇଥିଲେ। ଚିଠିରେ ଶର୍ମିଷ୍ଠାଙ୍କ କଳାକାରନାମା ବିଷୟରେ ଲେଖିଥିଲେ ମାନସ। ଶର୍ମିଷ୍ଠା କିଭଳି ରକ୍ତମୁଖା ହୋଇଛି। ତା ସହିତ କିଭଳି ମାନସଙ୍କୁ ଅପହରଣ କରି ଘରେ ବନ୍ଦ କରି ରଖିଛି। କାହାରିକୁ ଯୋଗାଯୋଗ କରିବାକୁ ଦିଆଯାଉନାହିଁ। ଅକଥନୀୟ ଅତ୍ୟାଚାର ଓ ନିର୍ଯାତନା ଦେଇ ଚାଲିଥିଲେ ଶର୍ମିଷ୍ଠା। ଏପରିକି ନିର୍ଯାତନାରେ ତାଙ୍କୁ ହତ୍ୟା ମଧ୍ୟ କରାଯାଇପାରେ ବୋଲି ମାନସ ଆଶଙ୍କା କରିଥିଲେ। ଏହି ସମସ୍ତ ତଥ୍ୟ ଚିଠିରେ ଉଲ୍ଲେଖ ଥିଲା। ଚିଠିରେ ନିଜ ନାମ ସମେତ ବାପାଙ୍କ ନାମ, ଗାଁର ନାମ ଲେଖିବା ସହ ମୋବାଇଲ ନମ୍ବର ଲେଖିଥିଲେ ମାନସ। ଏହାସହ ଶର୍ମିଷ୍ଠାର କିଛି କଳା କାରନାମା ସହ ଏହି ଘଟଣାରେ ସାମିଲ ଥିବା ଅଭିଯୁକ୍ତ ନାମ ଚିଠିରେ ଲେଖାଥିଲା। କିପରି ମେମୋରୀ ଚିପକୁ ନେଇ ମାନସକୁ ନିର୍ଯାତନା ଦେଇଛନ୍ତି ସେ ସବୁର ଗୁମର ଲେଖିଥିଲେ। ମାନସକୁ ହତ୍ୟା କରି ସେଠାରୁ ନେବା ପରେ ସେହି ରୁମ୍ରେ ସେହି ଚିଠି ପାଇଥିଲେ ଆଶ୍ରମର ସହାୟିକା। ଚିଠିକୁ ନେଇ ଭୟଭୀତ ସହାୟିକା ଜଣକ ଶର୍ମିଷ୍ଠାଙ୍କୁ ସବୁ କଥା ଜଣାଇଥିଲେ। କାରଣ ଶର୍ମିଷ୍ଠା ଥିଲେ ଆଶ୍ରମର ହର୍ତ୍ତାକର୍ତ୍ତା। ହେଲେ ସେତେବେଳେ ସହାୟିକା ଜାଣିନଥିଲେ ଯେ ଶର୍ମିଷ୍ଠା ଏଭଳି କାରନାମା କରିଛନ୍ତି। ମାନସ ହୁଏତ ଜାଣିଥିଲେ ସବୁ ସତ ମାନିବା ପରେ ବି ତାଙ୍କ ଜୀବନ ବଞ୍ଚିବ ନାହିଁ। ଶର୍ମିଷ୍ଠାଙ୍କ ପୁର୍ବତନ ଲୋକସମ୍ପର୍କ ବିଭାଗ ଅଧିକାରୀଙ୍କ ସହ ଅନେକ ହାଇପ୍ରୋଫାଇଲ ଲିଙ୍କ୍ ଥିବାରୁ ସେ ଭୟରେ ଥିଲେ। ତାଙ୍କୁ ହତ୍ୟା କରାଯିବା ନେଇ ବୋଧହୁଏ ଆଭାସ ପାଇ ସାରିଥିଲେ ମାନସ। ପୁଲିସକୁ ଜଣାଇବା ପାଇଁ ସେ ଏପରି ଚିଠି ଲେଖି ସେହି ଘରେ ଲୁଚାଇଥିଲେ। ଦିନେ ନା ଦିନେ ତାଙ୍କୁ ଖୋଜିଖୋଜି ପୋଲିସ ଏଠାରେ ପହଞ୍ଚିବ ବୋଲି ସେ ଆଶା କରି ଥାଇ ପାରନ୍ତି। ଏପରିକି ତାଙ୍କ ମୃତଦେହକୁ ଘର ଲୋକଙ୍କୁ ହସ୍ତାନ୍ତର କରିବାକୁ ମଧ୍ୟ ଉଲ୍ଲେଖ କରିଥିଲେ ମାନସ। ବର୍ତ୍ତମାନ ଏହି ଜଘନ୍ୟ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏବେ ପ୍ରଶ୍ନ ଉଠୁଛି କ୍ରାଇମବ୍ରାଞ୍ଚ ସେହି ଚିଠି ପାଇବ ତ ? ନିରଞ୍ଜନ ସେଠିଙ୍କ ଭଳି ଆଙ କେଉ ବଡ଼ ହସ୍ତିଙ୍କ ଏଥିରେ ସମ୍ପୃକ୍ତ ଅଛି ? ଶର୍ମିଷ୍ଠାଙ୍କୁ କେବେ ଖୋଜିବ କ୍ରାଇମବ୍ରାଞ୍ଚ। ସେ ଗିରଫ ହେବ ନା ହାଇପ୍ରୋଫାଇଲଙ୍କ ଛତ୍ରଛାୟାରେ ଲୁଚକାଳି ଖେଳିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। Share