ଭଦ୍ରକ,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗତକାଲି ରିମାଣ୍ଡ ସରିଯାଇଛି। ଗତ ୫ଦିନ ମଧ୍ୟରେ ହତ୍ୟା ସର୍ମ୍ପକୀତ ଅନେକ ତଥ୍ୟର ଖୁଲାସା ହୋଇଛି। ତେବେ ବର୍ତ୍ତମାନ ପୁଣି ୫ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ।
ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର ସହ ରିମାଣ୍ଡ ଆବେଦନ ହୋଇଛି। ୪ ଅଭିଯୁକ୍ତ ଶର୍ମିଷ୍ଠା, ନିରଞ୍ଜନ, ସହଯୋଗୀ ଝୁନା ଓ ରଞ୍ଜନଙ୍କୁ ନିଆଯାଇପାରେ ରିମାଣ୍ଡରେ। ଗୋଟିଏ ପଟେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ କାନ୍ଦି କାନ୍ଦି ସମସ୍ତ ଘଟଣା ବଖାଣି ଥିବା ବେଳେ ଗତକାଲି ମଧ୍ୟ ନିରଞ୍ଚନ ସେଠୀ ହତ୍ୟାରେ ସହଯୋଗ କରିଥିବା ସ୍ୱିକାର କରିଛନ୍ତି।
ତେବେ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ। ଚାନ୍ଦବାଲି ପଳାଶପୁର ଅପହରଣ ସ୍ଥାନ, ହତ୍ୟାକାଣ୍ଡ ସ୍ଥାନ ଦୟାଲ ଆଶ୍ରମ, ମୃତଦେହ ପୋତିବା ସ୍ଥାନ ରଣପୁରର ବଧିପାଟଣାରେ କ୍ରାଇମ ସିନ ରିକ୍ରିଏସନ କରାଯାଇଛି। ତେବେ ଆଗକୁ ପୁଣି ଥରେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ହାସଲ କରିବ ବୋଲି ସୁଚନା ମିଳିଛି।