ବୟସ୍କ ବ୍ୟକ୍ତିଙ୍କୁ ବଳପୂର୍ବକ ପରିସ୍ରା ପିଆଇ ଜଣେ ଗିରଫ

ନୂଆଦିଲ୍ଲୀ, ଏଜେନ୍ସି : ଉତ୍ତରପ୍ରଦେଶର ଲଲିତପୁର ଜିଲ୍ଲାରେ ଜଣେ ପଛୁଆବର୍ଗର ବରିଷ୍ଠ ବ୍ୟକ୍ତିଙ୍କୁ ପ୍ରବଳ ମାଡ଼ ମାରି ପରିସ୍ରା ପିଆଇବା ଘଟଣା ସାମ୍ନାକୁ ଆସିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ପୁଅକୁ ମଧ୍ୟ ପ୍ରବଳ ମାଡ଼ ମରାଯାଇଛି। ପୀଡ଼ିତ ପରିବାରଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରିରଖିଛି। ସୂଚନା ମୁତାବକ, ଲଲିତପୁରର ରୋଡାନିବାସୀ ଅମରଙ୍କୁ ସୋନୁ ଯାଦବ ନାମକ ଜଣେ ବ୍ୟକ୍ତି ପରିସ୍ରା ପିଇବାକୁ ବାଧ୍ୟ କରିଥିଲା। ଅମର ମନା କରିବାରୁ ସୋନୁ ତାଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲା। ଅମରଙ୍କ ପୁଅକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା।