ଦେଶରେ ଗଡ଼ିବ ଆଉ ୧୯୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଫେଷ୍ଟିଭାଲ ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ନେଇ ରେଳମନ୍ତ୍ରାଳୟ ନିଷ୍ପତି ନେଇଛି। ସମଗ୍ର ଦେଶରେ ୧୯୬ ଯୋଡ଼ା ଫେଷ୍ଟିଭାଲ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ନେଇ ନିଷ୍ପତି ନିଆଯାଇଛି । ପୂର୍ବତଟ ରେଳପଥ ପରିସୀମାରେ ୨୬ ଯୋଡା ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ୍ ଯାତାୟାତ କରିବ। ଏହି ଟ୍ରେନ୍ ଗୁଡ଼ିକ ଆସନ୍ତା ୨୦ତାରିଖରୁ ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଓଡ଼ିଶା ମଧ୍ୟରେ ଚଳାଚଳ କରିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।

ସେହି ଟ୍ରେନ୍ ଗୁଡ଼ିକ ହେଲା ଭୁବନେଶ୍ୱର -ଲୋକମାନ୍ୟ ତିଲକ ଟର୍ମିନସ(ଏଲଟିଟି) ଦ୍ୱି-ସାପ୍ତାହିକ, ଭୁବନେଶ୍ୱର- ଆନନ୍ଦବିହାର ଟର୍ମିନାଲ ଦ୍ୱି-ସାପ୍ତାହିକ, ଭୁବନେଶ୍ୱର-ତିରୁପତି ସାପ୍ତାହିକ, ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ(ଏମଏଏସ୍) ସାପ୍ତାହିକ, ଭୁବନେଶ୍ୱର -ବିଏନସି ସାପ୍ତାହିକ, ଭୁବନେଶ୍ୱର-ବିଜିୱାଇ ଦୈନିକ, ଭୁବନେଶ୍ୱର -ପିଡିୱାଇ ସାପ୍ତାହିକ, ଭୁବନେଶ୍ୱର-ଆରଏମଏମ ସାପ୍ତାହିକ, ପୁରୀ- ପିଏନବିଇ ସାପ୍ତାହିକ, ପୁରୀ-ହାୱଡା ସାପ୍ତାହିକ, ପୁରୀ-ଜେୱାଇଜି ସାପ୍ତାହିକ, ପୁରୀ-ଏସଟି ସାପ୍ତାହିକ, ପୁରୀ-ଏଲଟିଟି ସାପ୍ତାହିକ, ପୁରୀ-ଏମଏଏସ୍ ସାପ୍ତାହିକ, ପୁରୀ-ବିବିଏନ୍ ତ୍ରି-ସାପ୍ତାହିକ, ପୁରୀ-ପାରାଦୀପ ଦୈନିକ, ବିଶାଖାପାଟନାମ୍-ଏନଜେଡଏମ୍ ଦ୍ୱି-ସାପ୍ତାହିକ, ବିଶାଖାପାଟନାମ୍-ଏନଜେଡଏମ୍ ସପ୍ତାହକୁ ୫ଦିନ, ବିଶାଖାପାଟନାମ୍-ଏମଏଏସ୍ ସାପ୍ତାହିକ, ବିଶାଖାପାଟନାମ୍-ଏଲଟିଟି ସାପ୍ତାହିକ, ବିଶାଖାପାଟନାମ୍-ଜିଆଇଏମବି ସାପ୍ତାହିକ, ବିଶାଖାପାଟନାମ୍-ଏଚଏକ୍ସ ଦୈନିକ, ବିଶାଖାପାଟନାମ୍-ବିଜେଡଏ ସପ୍ତାହକୁ ୫ଦିନ, ସମ୍ବଲପୁର-ହାୱଡା ସାପ୍ତାହିକ, ସମ୍ବଲପୁର-ଏମୟୁଭି ଦ୍ୱି-ସାପ୍ତାହିକ ଏବଂ ସମ୍ବଲପୁର-ପୁରୀ ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହିପରି ଭାବେ ସମଗ୍ର ଦେଶରେ ୧୯୬ ଯୋଡ଼ା ଫେଷ୍ଟିଭାଲ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ନେଇ ରେଳମନ୍ତ୍ରାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି।