କଟକ,ଏନ୍ଏନ୍ଏସ୍: ମହାନଦୀକୁ ଡେଇଁ ପଡିଲେ ମାନସିକ ବିକୃତ ବ୍ୟକ୍ତି। କଟକ ଶିଖରପୁର ନିକଟ ମହାନଦୀ ବ୍ରିଜରୁ ନଦୀକୁ ଡେଇଁ ପଡିଲେ ବ୍ୟକ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମାନସିକ ବିକୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୁଲିସ ପହଞ୍ଚିଥିଲେ ବି ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।
ଖବର ଅନୁଯାୟୀ, ଆଜି ସକାଳ ସମୟରେ ଜଣେ ମାନସିକ ବିକୃତ ବ୍ୟକ୍ତି ହଠାତ୍ ମହାନଦୀକୁ ଡେଇଁପଡିଲେ। କିଛି ଲୋକେ ଏହାକୁ ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ନଦୀକୁ ଡେଇଁଲେ, ସେନେଇ କିଛି ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ।