କଳାହାଣ୍ଡି,ଏନ୍ଏନ୍ଏସ୍: କୋକସରା ବଡ଼ପଡାର ଜଣେ ରାଜମିସ୍ତ୍ରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୂଚନା ଅନୁସାରେ ବଡ଼ପଡ଼ାର ରାଜମିସ୍ତ୍ରୀ ରାମଚନ୍ଦ୍ର ବାଗ ଶୁକ୍ରବାର ବିଳମ୍ବିତ ରାତିରେ ଘରୋଇ କଳହ କାରଣରୁ ବେକରେ ରସି ଲଗାଇ ଘର ଭିତରେ ଆତ୍ମହତ୍ୟା କରିଛନ୍ତି।
ତାଙ୍କର ସ୍ତ୍ରୀ, ୩ ପୁଅ ଝିଅ ରହିଥିବା ବେଳେ ରୋଜଗାର କ୍ଷମ ବ୍ୟକ୍ତିର ମୃତ୍ୟୁ ପରେ ପରିବାର ବେସାହାରା ହୋଇଯାଇଛି। କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।