ରାଞ୍ଚି,ଏଜେନ୍ସି: ଝାଡଖଣ୍ଡରେ ପ୍ରେମ ପାଇଁ ପୁଣି ଗଡିଲା ମୁଣ୍ଡ । ଭିନ୍ନ ସମ୍ପ୍ରଦାୟରେ ପ୍ରେମ ସମ୍ପର୍କ କାରଣରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଗାଁ ଲୋକେ । ଝାଡଖଣ୍ଡ ମହୁଆତଣ୍ଡ ଥାନା ଅନ୍ତର୍ଗତ ଧୱାଇ ଗ୍ରାମରେ ଏଭଳି ନାରକୀୟ କାଣ୍ଡ ଘଟିଛି । ଗାଁ ଲୋକେ ଜଣେ ମୁସଲିମ ସମ୍ପ୍ରଦାୟର ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ପୁଲିସ ଏହି ହତ୍ୟା ଘଟଣାରେ ମୋଟ ୧୧ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ସମ୍ପୃକ୍ତ ମୁସଲିମ ସମ୍ପ୍ରଦାୟର ଯୁବକ ଅନ୍ୟ ଏକ ସମ୍ପ୍ରଦାୟର ମହିଳାଙ୍କୁ ପ୍ରେମ କରୁଥିଲେ । ଏହି ଘଟଣା ଜଣାପଡିବା ପରେ ଗାଁ ଲୋକେ ଖୁବ୍ ରାଗି ଯାଇଥିଲେ ଏବଂ ଦୁହିଁଙ୍କ ପ୍ରେମକୁ ବିରୋଧ କରିଥିଲେ । ଶେଷରେ ଦୁହିଁଙ୍କୁ ଅଲଗା କରିବାକୁ ଯାଇ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ପୀଡିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୁଲିସ ସୂଚନା ଦେଇଛି । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ୧୧ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି ।