ଚୋରା ବନ୍ଧୁକ କାରବାର ବେଳେ ଯୁବକ ଗିରଫ, ୯ ଏମଏମ୍ ପିସ୍ତଲ ସହ ୯ ରାଉଣ୍ଡ ଗୁଳି ଜବତ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖଣ୍ଡଗିରି ଖୋର୍ଦ୍ଧା ରାସ୍ତାରେ ଚୋରା ବନ୍ଧୁକ କାରବାର ନେଇ ଡିଲ୍ ଚାଲିଥିଲାବେଳେ କମିସନରେଟ୍ ପୁଲିସର କ୍ୟୁଏଟି ଟିମ୍ ହାତରେ ଧରାପଡ଼ିଲା ପିସ୍ତଲ ବେପାର କରିବାକୁ ଆସିଥିବା ଜଣେ ଯୁବକ। ଏହା ସହ ପୁଲିସର ଟିମ୍ ୯ ଏମଏମ୍ ପିସ୍ତଲ ସହ ୯ ରାଉଣ୍ଡ ଗୁଳି ଜବତ କରିଛି। ସୂଚନା ଅନୁସାରେ କମିସନରେଟ୍ ପୁଲିସର କ୍ୟୁଏଟି ଟିମ୍ ଖଣ୍ଡଗିରି-ଖୋର୍ଦ୍ଧା ରାସ୍ତାରେ ଚଢ଼ଉ କରି ପିସ୍ତଲ ଜବତ କରିଛି। ପୂର୍ବ ସୂଚନା ମୁତାବକ ଡିଲ୍ ପାଇଁ ଯୋଜନା କରି କମିସନରେଟ ପୁଲିସ ମାଡି ବସିଥିଲା। ଯାହାଫଳରେ ଚୋରା ପିସ୍ତଲ ବେପାର କରିବାକୁ ଆସିଥିବା ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ।