କଟକ,ଏନ୍ଏନ୍ଏସ୍: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକସ୍ଥିତ ଏସସିବି ମେଡିକାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି । ଏହି ସମୟରେ ଆହତଙ୍କ ସହ ଆଲୋଚନା କରିବା ସହ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝୁଛନ୍ତି । ମମତାଙ୍କ ସହ ତାଙ୍କ ୨ ମନ୍ତ୍ରୀ ମଧ୍ୟ ଓଡ଼ିଶା ଆସିଛନ୍ତି । ମମତା ଏସସିବିରେ ଆହତଙ୍କୁ ଭେଟିଥିବାବେଳେ ୨ ମନ୍ତ୍ରୀଙ୍କୁ ଭୁବେନଶ୍ୱର ଏମ୍ସ ପଠାଇଛନ୍ତି ।
ଆହତଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଯେ, ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ୪୦ରୁ ଅଧିକ ଆଇଏଏସ ଓ ଆଇପିଏସ ଅଧିକାରୀ ଏଠାରେ ଉପସ୍ଥିତ ଅଛନ୍ତି । ବତ୍ତର୍ମାନ ସୁଦ୍ଧା ପଶ୍ଚିମବଙ୍ଗର ୧୦୩ ମୃତଦେହ ଚିହ୍ନଟ ହୋଇଛି । ୯୭ଜଣ ବିଭନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ୮୭ ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚିଛି । କିନ୍ତୁ ୩୧ ଜଣ ଏବେ ବି ନିଖୋଜ ଅଛନ୍ତି ।
ଏହି ସମୟରେ ସିବିଆଇ ତଦନ୍ତ ନେଇ ପ୍ରଶ୍ନ କରାଯିବାରୁ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଯେ, ମୁଁ ଏନେଇ କୌଣସି ମନ୍ତବ୍ୟ ଦେବି ନାହିଁ । ଏହା ଯୁକ୍ତି କରିବାର ସମୟ ନୁହେଁ କିନ୍ତୁ ସତ୍ୟ ସାମ୍ନାକୁ ଆସିବା ଉଚିତ ।