ଭୁବନେଶ୍ୱର, ଏନ୍ଏନ୍ଏସ୍: ରେଳ ଦୁର୍ଘଟଣାରେ ଶବ ହସ୍ତାନ୍ତରକୁ ନେଇ ରେଲୱେ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୁବନେଶ୍ୱର ଆସିଥିବା ୧୯୩ ମୃତଦେହ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୫ଟିର ଚିହ୍ନଟ ସରିଛି । ଚିହ୍ନଟ ୯୫ ମୃତଦେହ ମଧ୍ୟରୁ ୮୪ଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । କ୍ଷତିପୂରଣ ବାବଦରେ ଏପର୍ଯ୍ୟନ୍ତ ୬ କୋଟି ୯୦ ଲକ୍ଷ ଟଙ୍କା ଦିଆଯାଇଛି । ଏନେଇ ପୂର୍ବତଟ ରେଳପଥ ସିପିଆରଓ ବିଶ୍ୱଜିତ ସାହୁ ସୂଚନା ପ୍ରଦାନ କରିଛନ୍ତି ।