ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖୀମପୁର ଖୀରୀରେ କୃଷକଙ୍କ ମୃତ୍ୟୁକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। ମମତା କହିଛନ୍ତି ଯେ, ବିଜେପି ୟୁପିରେ ରାମରାଜ୍ୟ କଥା କହୁଥିବାବେଳେ କିନ୍ତୁ ଏହା ରାମରାଜ୍ୟ ନୁହେଁ ବରଂ କିଲିଂ ରାଜ୍ୟ। ଲୋକଙ୍କୁ ମାରି ଦିଆଯାଉଛି ଆଉ ସରକାର ୧୪୪ ଧାରା ଲଗାଉଛନ୍ତି। ଆମେ ଏହାର ଘୋର ନିନ୍ଦା କରୁଛୁ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟାଙ୍କ ଗସ୍ତକୁ ନେଇ କୃଷକମାନେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ଲଖୀମପୁର ଖୀରୀ ଜିଲ୍ଲାର ତିକୋନିୟାରେ ହିଂସା ଦେଖା ଦେଇଥିଲା। ଫଳରେ ୪ଜଣ କୃଷକଙ୍କ ସମେତ ୮ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ପ୍ରଦର୍ଶନକାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି।