ଡ୍ରଗ୍ସ ମାମଲାରେ ଆର୍ୟନଙ୍କ ବନ୍ଧୁ ଗିରଫ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଆଜି ଆର୍ୟନଙ୍କ ଜାମିନ ନାମଞ୍ଜୁର ହେବା ସହ ଅକ୍ଟୋବର ୭ ତାରିଖ ଯାଏ ଏନସିବି ରିମାଣ୍ଡରେ ପଠାଇ ଦିଆଯାଉଛି। ଅନ୍ୟପଟେ ଏନସିବି ଆର୍ୟନଙ୍କ ଜଣେ ବନ୍ଧୁ ଶ୍ରେୟସ ନାୟରଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଆର୍ୟନ ଖାନ୍, ଅରବାଜ ମର୍ଚେଣ୍ଟ ଓ ଶ୍ରେୟସ ନାୟର ସ୍କୁଲ ଦିନର ବନ୍ଧୁ। ଶ୍ରେୟସଙ୍କ ନାମ ଆର୍ୟନ ଓ ଅରବାଜଙ୍କ ଚାଟରୁ ସାମ୍ନାକୁ ଆସିଛି। ଶ୍ରେୟସ ମଧ୍ୟ ରେଭ ପାର୍ଟିରେ ଯାଇଥାନ୍ତା କିନ୍ତୁ କୌଣସି କାରଣରୁ ଯାଇନଥିବା ଜଣାପଡ଼ିଛି।