କୁଚବିହାର ଫାୟରିଂ ପରେ ଶାହଙ୍କ ଇସ୍ତଫା ଦାବି କଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଚବିହାର ଜିଲ୍ଲାର ଶୀତଲକୁଚ୍ଚୀରେ ହୋଇଥିବା ଫାୟରିଂ ଘଟଣାକୁ କେନ୍ଦ୍ର କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ସିଆରପିଏଫ୍ ମତଦାତାଙ୍କ ଉପରେ ଗୁଳି ଚଳାଇଥିବା ଆରୋପ ଲଗାଇବା ସହ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏତେ ଲୋକଙ୍କୁ ମାରିବା ପରେ ଜୀବନ ରକ୍ଷା କରିବା ପାଇଁ ଗୁଳି ଚଲାଇଥିବା ନିର୍ବାଚନ ଆୟୋଗ କହୁଛି। ସେମାନଙ୍କୁ ଲାଜ ଲାଗିବା ଦରକାର । ମତଦାନ ଲାଗି ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ଉପରେ ସେମାନେ ଗୁଳି ଚଳାଇ ୪ ଜଣଙ୍କୁ ମାରି ଦେଇଛନ୍ତି। ସୁରକ୍ଷାବଳ ଏମିତି କାଣ୍ଡ ଭିଆଇବ ବୋଲି ମୋତେ ପୂର୍ବରୁ ଆଶଙ୍କା ଥିଲା। ଲୋକଙ୍କ ବିଶ୍ୱାସ ଜିଣିବାରେ ବିଫଳ ହେବାରୁ ବିଜେପି ସେମାନଙ୍କୁ ମାରିବାର ଷଡ଼ଯନ୍ତ୍ର ରଚିଛି।