ସେକ୍ସ ରାକେଟ ଠାବ: ଦୁଇ ରାଣି ମହୁମାଛି ଓ ୬ ଜଣ ଗ୍ରାହକ ଗିରଫ ଜିଲ୍ଲା By Nitidin Last updated Dec 26, 2020 Share ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ। ମାଲକାନଗିରି ଆଦର୍ଶ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଯୌନ ବ୍ୟବସାୟରେ ଲିପ୍ତ ଦୁଇ ରାଣି ମହୁମାଛି ଓ ୬ ଗ୍ରାହକଙ୍କୁ ଗିରଫ କରିଛି। ପୁଲିସ ବିଭନ୍ନ ସ୍ଥାନରେ ଯୌନ ବ୍ୟବସାୟ ବୃଦ୍ଧି ପାଉଥିବା ଅଭିଯୋଗ ପାଇବା ପରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଏହ ଟିମ୍ ଦରିଗୁଡା ନିକଟସ୍ଥ ଏମପିଭି- ୧ ରେ ଚଢଉ କରି ଯୌନ କାରବାରରେ ଲିପ୍ତ ଦୁଇ ରାଣି ମହୁମାଛି ସମେତ ୨ ଜଣ ଗ୍ରାହକଙ୍କୁ ଗିରଫ କରିଛି। ଏଥିସହ ଜଣେ ନାବାଳିକାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏହି ଚଢ଼ଉବେଳେ ଯୌନ ଉଦ୍ଦିପନା ଔଷଧ, ଗର୍ଭ ନିରୋଧକ ବଟିକା, ନିରୋଧ ଜବତ କରାଯାଇଛି। ସେହିପରି ଟେକବାଡି ସାହିରେ ଚଢ଼ଉ ବେଳେ କୋଲକାତାରୁ ଅଣାଯାଇ ଏହି କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଦୁଇଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏହିସେକ୍ସ ରାକେଟରେ ସମ୍ପୃକ୍ତ ଥିବା ଗ୍ରାହକ ସମେତ ହ୍ୱାଟ୍ସଆପ ଗ୍ରୁପରେ ଫୋଟ ପଠାଇ ବ୍ୟବସାୟ ଚଳାଉ ଥିବା ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ମୋବାଇଲ ଫୋନ୍, ମୋଟର ସାଇକେଲ ଜବତ କରାଯାଇଛି। ଏ ସମ୍ପର୍କରେ ମାଲାକନଗିରି ଆଦର୍ଶ ଥାନାରେ ୨ ଟି ମାମଲା ରୁଜୁ କରାଯାଇଛି। ଗିରଫ ରାଣି ମହୁମାଛି ମଧ୍ୟରେ ଜଣେ କଟକ ଜିଲ୍ଲାର ଓ ଜଣେ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡ଼ିଛି। ଏଥିସହ ମାଲକାନଗିରି ଭେଟେନାରୀ ସାହିର ସୁଧାଂସୁ ଶେଖର କୁରାମି (୨୮), ମାଲକାନଗିରି ମୁଖ୍ୟ ରାସ୍ତାର ମହାବୀର ଗଲେଛା (୩୫), ଏମଭି- ୩୦ ଗ୍ରାମର ସୁଭମ ବିଶ୍ୱାସ (୨୪), ଏମଭି-୩ ଗ୍ରାମର ବିଦେଶୀ ମଦଦୋକାନର କର୍ମଚାରୀ ଅଶୋକ କୁମାର (୨୯), ଏମଭି- ୪୩ ଗ୍ରାମର ଶିବାନନ୍ଦ ମଣ୍ଡଳ (୩୦), ମାଲକାନଗିରି ସତୀଗୁଡାର ମନୋଜ କୁମାର କୁଲଦିପ (୩୦)କୁ ପୁଲସ ଗିରଫ କରିଛି। ତେବେ ସାମାଜିକ ଗଣମାଧ୍ୟମ ଦ୍ୱାରା ଗ୍ରାହକଙ୍କ ସହିତ ଯୋଗାଯୋଗ କରି ଅନୈତିକ ଭାବେ ଦେହ ବ୍ୟବସାୟ ଚାଲିଥିବା ଏସଡିପିଓ ଅଭିଳାଶ ଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। Share