ମାଲକାନଗିରିରେ ମାଓ ଓ ପୁଲିସ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି। ପିପଲାପଦର ଜଙ୍ଗଲରେ ମାଓବାଦୀ ସଂଗଠନର ଏକ ବୈଠକ ଚାଲିଥିବା ଖବରପାଇ ଏସଓଜି ଓ ଡିବିଏଫ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ କରାଯାଇଥିଲା।

ଆଜି ସକାଳୁ ଲାଲ ବାହିନୀ ସଦସ୍ୟ ଯବାନଙ୍କୁ ଦେଖି ପ୍ରଥମେ ଗୁଳିଚାଳନା କରିଥିଲେ। ଏହାର ପ୍ରତି ଜବାବରେ ଯବାନମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରୁ ପୁଲିସ ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ଜଣାପଡିଛି।