ମାଲକାନଗିରି,ଏନ୍ଏନ୍ଏସ୍: ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଅଧ୍ୟୁଷିତ ଅଞ୍ଚଳର କିଛିଲୋକ ଏବେବି ଅନ୍ଧବିଶ୍ୱାସରୁ ବାହାରି ପାରିନାହାଁନ୍ତି। ଫଳରେ କେତେବେଳେ କାହାର ଜୀବନ ଯାଉଛି ତ ଆଉ କେତେବେଳେ ବିପଦରେ ପଡୁଛି ଜୀବନ। ଏମିତି ଏକ ଘଟଣା ଆଜି ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ଜଣେ ରୋଗାଗ୍ରସ୍ତ ମହିଳାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଗୁଣିଆ ଦ୍ୱାରା ଝଡାଫୁଙ୍କା ଚିକିତ୍ସା କରାଯାଉଥିଲା। ଗୁଣିଆ ଜଣକ ମହିଳାଙ୍କ ରୋଗ ଭଲକରିବା ପାଇଁ ଘୁଷୁରି ମଳ ଖୁଆଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଜିଲ୍ଲାର ଏମଭି -୬ ଗ୍ରାମର ଲିପିକା ଓରାଉ ନାମକ ଜଣେ ମହିଳା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।
