Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ୨୦୨୨: ଦ୍ୱିତୀୟ ଦିନ ସୁଦ୍ଧା ୮୯୦ କୋଟି ମୂଲ୍ୟର ଆଗ୍ରହପତ୍ର ପ୍ରାପ୍ତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ୨୦୨୨: ଦ୍ୱିତୀୟ ଦିନ ସୁଦ୍ଧା ୮୯୦ କୋଟି ମୂଲ୍ୟର ଆଗ୍ରହପତ୍ର ପ୍ରାପ୍ତ

ଭୁବନେଶ୍ବର,ଏନ୍ଏନ୍ଏସ୍: ମେକ ଇନ ଓଡିଶା କନକ୍ଲେଭ ୨୦୨୨ ର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ୮୯୦ କୋଟି ଟଙ୍କା ମୂଲ୍ୟର ୩୨୫ଟି ଆଗ୍ରହପତ୍ର ପ୍ରାପ୍ତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା । ଶିଳ୍ପ ସଚିବ କହିଛନ୍ତି ଯେ, ଆଜି ଏକ ଲକ୍ଷ ୭୦ ହଜାର ୨୬୦ କୋଟି ୮୫ ଲକ୍ଷ ଟଙ୍କାର ୧୮୦ ଟି ଆଗ୍ରହପତ୍ର ପ୍ରାପ୍ତ ହୋଇଛି । ଏହା ଫଳରେ ୩ ଲକ୍ଷ ୭୮ ହଜାର ୪୪୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପ୍ରାପ୍ତ ୧୮୦ଟି ଆଗ୍ରହପତ୍ର ମଧ୍ୟରେ ୪୬ଟି ଖଣି ଓ ଖଣିଜଜାତ, ୪୩ଟି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ୨୪ଟି ସୂଚନା ପ୍ରଯୁକ୍ତି, ୨୨ଟି ଶକ୍ତି ଓ ଅକ୍ଷୟ ଶକ୍ତି, ୧୭ଟି ରସାୟନ ଓ ପ୍ଲାଷ୍ଟିକ, ୯ଟି ବୟନ ଓ ପୋଷାକ, ୧୪ଟି କୃଷି ବ୍ୟବସାୟ ଓ ୫ଟି କୃଷି ବିପଣନ ରହିଛି । ଗୁରୁବାର ଓ ଶୁକ୍ରବାର ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସର୍ବମୋଟ ୪ଟି ପ୍ରକଳ୍ପର ଭିତ୍ତି ସ୍ଥାପିତ ହୋଇଛି । ଏଥିରେ ୪୪୨୩ କୋଟି ୫୧ ଲକ୍ଷ ଟଙ୍କା ବିନିଯୋଗରେ ୧୪୨୭୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସ୍ଥାପିତ ଭିତ୍ତିପ୍ରସ୍ତର ମଧ୍ୟରେ ରହିଛି ବାର୍ଷିକ ୨.୨ ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ କଟକସ୍ଥିତ ଅଲଟ୍ରାଟେକ ସିମେଣ୍ଟ, ଜୟଭାରତ ସ୍ପାଇସେସର କଟକସ୍ଥିତ ଶୀତଳଭଣ୍ଡାର, ପ୍ଲାଷ୍ଟିକ ପାଇପ ଓ ଫିଟିଂ ଉତ୍ପାଦନକାରୀ ଏସଟ୍ରାଲର କଟକ କାରଖାନା ଏବଂ ଖୋର୍ଦ୍ଧାସ୍ଥିତ ବ୍ରିଟାନିଆ ବିସ୍କୁଟ କାରଖାନାର ସଂପ୍ରସାରଣ ।

ଅଲଟ୍ରାଟେକ ସିମେଣ୍ଟରେ ୭୪୭ କୋଟି ଟଙ୍କାର ପୁଞ୍ଜିବିନିଯୋଗରେ ୯୨୦ ନିଯୁକ୍ତି ସୁଯୋଗ, ଏସଟ୍ରାଲରେ ୧୦୯ କୋଟି ୮୧ ଲକ୍ଷ ଟଙ୍କାର ପୁଞ୍ଜିବିନିଯୋଗରେ ୨୫୦ ନିଯୁକ୍ତି ସୁଯୋଗ, ବ୍ରିଟାନିଆରେ ୯୩ କୋଟି ଟଙ୍କାର ପୁଞ୍ଜିବିନିଯୋଗରେ ୩୫୦ ନିଯୁକ୍ତି ସୁଯୋଗ ଏବଂ ଜୟ ଭାରତ ସ୍ପାଇସେସରେ ୫୦ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବ ବୋଲି ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି ।

ସେହିପରି ଶୁକ୍ରବାର ଖୋର୍ଦ୍ଧା ସ୍ଥିତ କଟନ ୱଲର୍ଡ ଏଣ୍ଡ ଆପାରେଲ, ଯାଜପୁରସ୍ଥିତ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ପାର୍କ, ଝାରସୁଗୁଡାସ୍ଥିତ ବେଦାନ୍ତ ଆଲୁମିନିୟମ ପାର୍କ ଏବଂ ଖୋର୍ଦ୍ଧା ଠାରେ ଡାନିଏଲ ରିଫ୍ରାକଟୋରୀ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।