ମକରଧ୍ୱଜ ଗିରି ଶୃଙ୍ଗରେ ଉଡିଲା ମାନସିକ ଧ୍ୱଜା: ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜିଲ୍ଲା By Nitidin Last updated Jan 15, 2020 Share ଦେବଗଡ,ଏନଏନଏସ : ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ଅଂଚଳର ମକରଧ୍ୱଜ ଶୃଙ୍ଗରେ ସ୍ଥାନୀୟ ତଅଁଳାସହି ବାସିନ୍ଦାଙ୍କ ପକ୍ଷରୁ ଅୟୋଜନ କରାଯାଉଥିବା ମକର ଉତ୍ସବ ପାଇଁ ମକରଧ୍ୱଜ ଗିରି ଶୃଙ୍ଗ ଲୋକାରଣ୍ୟ ହୋଇ ଉଠିଥିଲା। ଆଜି ପୂର୍ବାହ୍ନରେ ମକରଧ୍ୱଜ ପର୍ବତ ଉପରେ ତଅଁଳାସାହି ସ୍ଥିତ ଶଙ୍କର ମଧୁସୂଦନ କ୍ଲବ ପକ୍ଷରୁ ଶକ୍ତି ଉପାସନା ସହ ଆଜ୍ଞାମାଳ ଆଣି ସାହିରେ ମକର ପୂଜା ର ଶୁଭାରମ୍ଭ କରାଯାଇଥିଲା।। ସେହିପରି ୱାର୍ଡ ନଂ ୬ହାତୀଶାଳ ସାହିର ବାବା ମକରଧ୍ୱଜ କମିଟୀ ପକ୍ଷରୁ ମଧ୍ୟ ଉକ୍ତ ଗିରିଶୃଙ୍ଗରେ ପୂଜୋନତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ପର୍ବତ ପାଦ ଦେଶରୁ ପ୍ରାୟ ୩ କି.ମି ରୁ ଉଦ୍ଧ୍ୱର୍ ଉଚ୍ଚରେ ପର୍ବତାଆରୋହଣ ପରେ ଶ୍ରଦ୍ଧାଳୁ ମାନେ ମକର ଧ୍ୱଜ ଗିରି ଶୃଙ୍ଗରେ ପହଚିଂ ଭକ୍ତି ଉପାସନା ସହ ମକରଧ୍ୱଜ ପର୍ବତରେ ମାନସିକ ଧ୍ୱଜା ବାନ୍ଧି ଥିଲେ। ଏହି ମକର ଧ୍ୱଜ ପୂଜା ବହୁ ପୁରାତନ ହୋଇଥିଲେ ମଧ୍ୟ ଗତ କିଛି ବର୍ଷରୁ ଏହା ଦେବଗଡ ଜିଲ୍ଲାର ଏକ ନୂତନ ପରମ୍ପରା ଭାବେ ଉଭା ହୋଇଛି।ହଜାର ହଜାର ସଂଖ୍ୟକ ପୁରୁଷ ,ମହିଳା , ଯୁବକ ଯୁବତୀ ଏଭଳି କି ଛୋଟ ଛୋଟ କୁନି ପିଲା ମଧ୍ୟ ସଂକ୍ରାନ୍ତି ଦିନ ନୂଆଁ ଲୁଗା ପଟା ପରିଧାନ କରି ପିଠାପଣା ଖାଇବା ପରେ ଘରୁ ମକର ଧ୍ୱଜ ଗିରିଶୃଙ୍ଗ ଅଭି ମୁଖେ ବାହରୁଥିବା ଦେଖିବାକୁ ମିଳିଥିଲା। ଗତ କିଛି ବର୍ଷ ଠାରୁ ଦେବଗଡ ପୈାରାଚଂଳ ସମେତ ଭିନ୍ନ ଭିନ୍ନ ଅଂଚଳରୁ ବହୁ ଜନସାଧାରଣ ମକର ଧ୍ୱଜ ଆରୋହଣ ପାଇଁ ମକର ଦିନକ ପୂର୍ବରୁ ପ୍ରସ୍ତୁତ ହୋଉଥିବା ବେଳେ ଯୁବ ଗୋଷ୍ଠୀ ମାନଙ୍କ ମଧ୍ୟରେଦୁଃଶାହସିକ ପର୍ବତାରୋହଣର ନୂତନ ପରମ୍ପରା ସୃଷ୍ଟି ହୋଇଛି।ତେବେ ଆଜି ମକର ପର୍ବ ଅବସରରେ ସରକାରୀ ଛୁଟି ରହିଥିବାରୁ ମକରଧ୍ୱଜ ଶୃଙ୍ଗକୁ ବିଭିନ୍ନ ବିଭାଗୀୟ କର୍ମଚାରୀମାନେ ସହକର୍ମୀ ଙ୍କ ସହ ମକର ଛୁଟିର ମଜା ନେଉଥିବା ଦେଖିବାକୁ ମିଳିଥିଲା ବେଳେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ପ୍ରାୟ ୩ ହଜାର ଶ୍ରଦ୍ଧାଳୁଙ୍କ ପ।ଇଁ ଅନ୍ନ ପ୍ରସାଦ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ଅନ୍ୟ ପକ୍ଷରେ ସଂରକ୍ଷିତ ଜଙ୍ଗଲର ଉଚ୍ଚତମ ସ୍ଥାନରେ ହଜାର ହଜାର ସଂଖ୍ୟକ ଜନସାଧାରଣଙ୍କ ସମାଗମ ହେଉଥିଲେ ମଧ୍ୟଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ କୈାଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା । Share