ମହିଳାଙ୍କ ଦ୍ୱାରା ମହୁଲି ଜବତ : ୩ ଗିରଫ

ହାଟଡ଼ିହି,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ସୋସ ଥାନା ଅନ୍ତର୍ଗତ ପୋଡା ସିଙ୍ଗିଡି ଗ୍ରାମର ଗ୍ରାମବାସୀ ଓ ମହିଳାଙ୍କ ଦ୍ୱାରା ଦେଶୀ ମଦ ଜବତ। ଯାହାକି ଦୀର୍ଘ ଦିନ ଧରି ଚୋରା ମଦ ବ୍ୟବସାୟୀମାନେ କାରବାର କରି ଆସୁଥିଲେ।
ସାରା ରାଜ୍ୟରେ ଲକ ଡାଉନ ଥିବା ବେଳେ ପନଦାଡୋ ପଞ୍ଚାୟତର ରଂଗ ମାଟିଆ ଗ୍ରାମରେ ବିପୁଳ ପରିମାଣର ଦେଶୀ ମଦ ତିଆରି କରି ରଖିଥିବା ଜାର ଗୁଡିକ ପୋଲିସ ନେଇ ଆସିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଗତ କାଲି ରାତି ପ୍ରାୟ ତିନିଟା ସମୟରେ ବଡ଼ରମ୍ପାସ ପଞ୍ଚାୟତ ରଂଜନ ପରିଡ଼ା ଓ ସୁକୁରି ସେଠି ଦେଶୀ ମଦ ନେଇ ଯାଉଥିବା ବେଳେ ପୋଡା ସିଙ୍ଗିଡି ଗ୍ରାମ ବାସୀ ସନ୍ଦେହ ପୂର୍ବକ ଅଟକାଇ ପଚାରିଥିଲେ। ସେତେବେଳେ ତାଙ୍କ ନିକଟରେ ୧୫ରୁ ୧୮ଲିଟର ମହୁଲି ରହିଥିଲା। ପରେ ତାହାକୁ ସେମାନେ ଆଣିଥିବା ସ୍ୱୀକାର କରିଥିଲେ। ପରେ ଦୁଇ ବେପାରୀଙ୍କୁ ସୋସ ପୋଲିସ ନେଇଥିଲେ ଓ ଅନ୍ୟ ଜଣେ ହେଉଛନ୍ତି ବିଜୟ ମୁଣ୍ଡା ସେ ରଙ୍ଗ ମାଟିଆ ଗାଁର, ସେ ଚୋରା ମଦ ତିଆରି କରୁଥିବା ସୂଚନା ପାଇ ପୋଲିସ ତାକୁ ମଧ୍ୟ ଥାନାକୁ ନେଇଛି। ଏହି ଚଢ଼ାଉ ବେଳେ ପୋଡ଼ାସିଙ୍ଗିଡି ଗ୍ରାମର ଗ୍ରାମବାସୀଙ୍କ ସହ ସରପଞ୍ଚ ଅନିରୁଦ୍ଧ ବେହେରା, ରାଜେନ୍ଦ୍ର ରାଉତ, ରେବ ଦେହୁରି, ଗୌରୀ ଦେହୁରି, ବାସନ୍ତୀ ନାୟକ, ଶ୍ରୀମନ୍ତି ବିଶ୍ୱାଳ, ଟିକି ଦେହୁରି, ଟିଳତମା ନାୟକ, ମଙ୍ଗୁଳି ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।