ମହୁଆ ମୈତ୍ର ଲୋକସଭାରୁ ବହିଷ୍କୃତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୌତ୍ରଙ୍କୁ ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ବହିଷ୍କାର କରାଯାଇଛି । ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମହୁଆଙ୍କୁ ବହିଷ୍କାର କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ଧ୍ୱନିମତ ଆଧାରରେ ମଞ୍ଜୁର କରାଯାଇଛି । ଏହାପୂର୍ବରୁ ଲୋକସଭାରେ ଏଥିକ୍ସ କମିଟି ମହୁଆଙ୍କୁ ନିଷ୍କାସିତ କରିବାକୁ ସୁପାରିସ କରିଥିଲେ । ଏହି ପରିପ୍ରେକ୍ଷୀରେ ତୃଣମୂଳ କଂଗ୍ରେସ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାର ସୁଯୋଗ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ଅଧ୍ୟକ୍ଷ ଓମ୍ ବିର୍ଲା ସଂସଦୀୟ ପରିପାଟ୍ଟୀ ସମ୍ପର୍କରେ ଉଲ୍ଲେଖ କରି ଅନୁମତି ପ୍ରଦାନ କରିନଥିଲେ ।