ମହାରାଷ୍ଟ୍ର: ମହାରାଷ୍ଟ୍ର ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ଅନେକ ଲୋକଙ୍କୁ ଆଶ୍ୱସ୍ତି ମିଳିବ ଯେଉଁମାନେ ଅକାରଣେ ଆଇନ ପେଞ୍ଚରେ ଫସି ଯାଇଥିଲେ । ରାଜ୍ୟ ସରକାର ଲକଡାଉନ ସମୟରେ ନିୟମ ଉଲ୍ଲଂଘନ କରିଥିବା ଛାତ୍ର ଓ ଅନ୍ୟ ଲୋକଙ୍କ ଉପରେ ଆଇପିସି ୧୮୮ ଅନ୍ତର୍ଗତ ଦାୟର କରିଥିବା ମାମଲାକୁ ପୁଣି ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲୀପ ଡବ୍ଲ୍ୟୁ ସୂଚନା ପ୍ରଦାନ କରିଛନ୍ତି । ଉକ୍ତ ପ୍ରସ୍ତାବକୁ କ୍ୟାବିନେଟ ସମ୍ମୁଖରେ ଉପସ୍ଥାପନ କରାଯିବ । ସେଠାରେ ମଞ୍ଜୁରୀ ମିଳିବା ପରେ ପ୍ରତ୍ୟାହାର ପ୍ର୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀ ଡବ୍ଲ୍ୟୁ କହିଛନ୍ତି ।
ଚନାଯୋଗ୍ୟ, ସମଗ୍ର ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୪ ୨୦୨୦ରେ ଲକଡାଉନ ଲାଗୁ ହୋଇଥିଲା । ଧୀରେ ଧୀରେ କରି ୫ ମାସ ପର୍ଯ୍ୟନ୍ତ ଲକଡାଉନ ବଢ଼ାଯାଇଥିଲା । କରୋନାର ଦ୍ୱିତୀୟ ଲହରରେ ଅର୍ଥାତ୍ ୨୦୨୧ରେ ମଧ୍ୟ ଲକଡାଉନ ଜାରି ହୋଇଥିଲା । ଏହି ସମୟରେ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।