ନୂଆଦିଲ୍ଲୀ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଅଣାଯାଇଛି । ଶର୍ମିଷ୍ଠାଙ୍କ ସମେତ ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଅଫିସରେ ପଚରାଉଚୁରା କରାଯିବ । ପରେ ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଦୟାଲ ଆଶ୍ରମକୁ ମଧ୍ୟ ଅଣାଯାଇପାରେ ବୋଲି ଜଣାପଡ଼ିଛି ।