ମହାରାଷ୍ଟ୍ର: ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ନୂଆ ଗାଇଡଲାଇନ ଅନୁସାରେ, ରାଜ୍ୟର ସମସ୍ତ ଡ୍ରାମା ଥିଏଟର୍ସ ଓ ଅଡିଟୋରିୟମ୍ ମାତ୍ର ୫୦ ପ୍ରତିଶତ ଲୋକଙ୍କ ସହ କାର୍ଯ୍ୟକ୍ଷମ ହେବ। ଏଥିସହିତ ବିନା ମାସ୍କରେ ଅନୁମତି ନିଷେଧ କରାଯିବ। ଏହି ସମୟରେ ତାପମାନ ମପାଯାଉଥିବା ଯନ୍ତ୍ରର ଉପଯୋଗ କରାଯିବ। ଫଳରେ ଜ୍ୱର ଥିବା ଲୋକେ ପ୍ରବେଶ କରିପାରିବେ ନାହିଁ। ଭିନ୍ନ ଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ସାନିଟାଇଜର ବ୍ୟବସ୍ଥା କରାଯିବ। ଭିଜିଟର୍ସଙ୍କ ମାସ୍କ ପିନ୍ଧା ଓ ସାମାଜିକ ଦୂରତା ପାଳନକୁ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଷ୍ଟାଫ ନିୟୋଜିତ କରାଯିବ।
ସ୍ୱାସ୍ଥ୍ୟ ଓ ଆବଶ୍ୟକ ସେବା ସହ ଜଡ଼ିତ ଅଫିସ ବ୍ୟତୀତ ସମସ୍ତ ଘରୋଇ ଅଫିସ ୫୦ ପ୍ରତିଶତ କ୍ଷମତା ସହ ପରିଚାଳିତ ହେବ। ଉତ୍ପାଦନ କ୍ଷେତ୍ର ପୂର୍ଣ୍ଣ କ୍ଷମତା ସହ ପରିଚାଳିତ ହେବ। କିନ୍ତୁ ଏଠାରେ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବାକୁ ପଡ଼ିବ।