ନଦୀରେ ପିକଅପ୍ ଭ୍ୟାନ ଖସିପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ

ମହାରାଷ୍ଟ୍ର,ଏଜେନ୍ସି: ପୋଲରୁ ନଦୀକୁ ଶନିବାର ଏକ ପିକଅପ୍ ଭ୍ୟାନ ଖସିପଡ଼ିବାରୁ ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨୦ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶନିବାର ମହାରାଷ୍ଟ୍ରର ଧୁଲେଇ ଭିନଚୁର ଅଞ୍ଚଳରେ ଏକ ପିକଅପଭ୍ୟାନରେ ଯାତ୍ରୀମାନେ ଯାତ୍ରା କରୁଥିବା ବେଳେ ଏହାର ଭାରସାମ୍ୟ ହରାଇ ଧୁଲେଇ ଭିନଚୁର ନିକଟରେ ପୋଲ ତଳକୁ ଖସିପଡ଼ିଥିଲା।

ଏହି ସମୟରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଘଟଣାସ୍ଥଳରେ ଓଡ୍ରାଫଟିମ ପହଞ୍ଚି ଉଦ୍ଧାର କାର୍ଯ ଚଳାଇଥିଲେ।