ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧,୭୬୯ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ଆଉ ୧୧ ହଜାର ୭୬୯ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୩୨ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୯୪୩ ଜଣ, କଟକରୁ ୮୫୨ ଜଣ, ଯାଜପୁରରୁ ୬୭୯ ଜଣ, ସୁନ୍ଦରଗଡ଼ରୁ ୬୨୭ ଜଣ, ସମ୍ବଲପୁରରୁ ୫୩୮ ଜଣ, ବଲାଙ୍ଗିରରୁ ୫୦୬ ଜଣ, ବାଲେଶ୍ୱରରୁ ୪୭୨ ଜଣ, ମୟୂରଭଞ୍ଜରୁ ୪୪୯ ଜଣ, ଭଦ୍ରକରୁ ୪୧୪ ଜଣ ଓ କୋରାପୁଟରୁ ୩୫୫ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡ଼ରୁ ୩୫୧, ପୁରୀରୁ ୩୫୦, ନବରଙ୍ଗପୁରରୁ ୩୪୨, କଳାହାଣ୍ଡିରୁ ୨୭୧, ଜଗତସିଂହପୁରରୁ ୨୬୭, କେନ୍ଦୁଝରରୁ ୨୩୭, ସୋନପୁରରୁ ୨୩୬, ଝାରସୁଗୁଡ଼ାରୁ ୨୩୧, ଗଞ୍ଜାମରୁ ୨୧୫, ନୟାଗଡ଼ରୁ ୨୧୫, ବୌଦ୍ଧରୁ ୧୯୦, ନୂଆପଡ଼ାରୁ ୧୮୦, ଢ଼େଙ୍କାନାଳରୁ ୧୬୯, ରାୟଗଡ଼ାରୁ ୧୬୫, କେନ୍ଦ୍ରାପଡ଼ାରୁ ୧୬୨, ମାଲକାନଗିରିରୁ ୧୧୧, ଦେବଗଡ଼ରୁ ୧୦୬, କନ୍ଧମାଳରୁ ୭୫, ଗଜପତିରୁ ୬୩ ଓ ଷ୍ଟେଟପୁଲରୁ ୨୬୬ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୯୯୩ରେ ପହଞ୍ଚିଛି।