ଅଭିନେତ୍ରୀ ମାଧବୀ ଗୋଗେଟ୍‌ଙ୍କ ପରଲୋକ, ପୁର୍ବରୁ କରୋନାରେ ହୋଇଥିଲେ ସଂକ୍ରମିତ

ନୂଆଦିଲ୍ଲୀ,ଏଜେନ୍ସି: ଟିଭି ସିରିଏଲ୍ ଅନୁପମାରେ ରୁପାଲି ଗାଙ୍ଗୁଲିଙ୍କ ମା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ମାଧବୀ ଗୋଗେଟ୍‌ଙ୍କର ଦେହାନ୍ତ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇଥିଲା।

ଯାହାପରେ ତାଙ୍କ ଅବସ୍ଥା ଗୁରୁତର ଥିଲା। ଗତକାଲି ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ ମାଧବୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା।

ମାଧବୀ ସିରିୟଲ୍ ‘କହିଁ ତୋ ହୋଗା’ ପାଇଁ ମଧ୍ୟ ଜଣାଶୁଣା। ରୁପାଲି ଗାଙ୍ଗୁଲି ତାଙ୍କ ଇନଷ୍ଟାଗ୍ରାମରେ ଏକ ମେସେଜ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ବନ୍ଧୁ ନୀଲୁ କୋହଲି ମଧ୍ୟ ମାଧବୀଙ୍କ ପାଇଁ ଏକ ଇମୋସନାଲ୍ ପୋଷ୍ଟ ସେୟାର କରିଛନ୍ତି।