ଆଦିବାସୀ ଯୁବକର ପାଦ ଧୋଇ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସୀଧୀ ଜିଲ୍ଲାରେ ଆଦିବାସୀ ଯୁବକ ସହ ହୋଇଥିବା ଦୁଃବ୍ୟବହାର ଘଟଣା ପରେ ସେ ରାଜଧାନୀ ଭୋପାଳସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ପହଞ୍ଚିଛନ୍ତି । ଏଠାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମ୍ପୃକ୍ତ ଯୁବକଙ୍କ ପାଦ ଧୋଇବା ସହ ଆରତୀ କରି କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ସମୟରେ ପୀଡ଼ିତ ଯୁବକଙ୍କ ସହ ସୀଧୀ ବିଧାୟକ କେଦାର ଶୁକ୍ଳା ଓ ପାର୍ଟିର ଅନ୍ୟ ନେତା ସିଏମ ଆବାସରେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉକ୍ତ ଭିଡିଓକୁ ଟ୍ୱିଟ କରି କହିଛନ୍ତି ଯେ, ଏହି ଭିଡିଓ ମୁଁ ଆପଣମାନଙ୍କ ସହ ଏଥିପାଇଁ ସେୟାର କରୁଛି କାରଣ ସମସ୍ତେ ଜାଣିବା ଦରକାର ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ ଥିଲେ, ଜନତା ଭଗବାନ । କାହା ସହ ବି ଅତ୍ୟାଚାର ସହ୍ୟ କରାଯିବନି । ରାଜ୍ୟର ପ୍ରତ୍ୟେକ ନାଗରିକର ସମ୍ମାନ ମୋ ସମ୍ମାନ ।

ସୂଚନାଯୋଗ୍ୟ, ଜୁଲାଇ ୪ ତାରିଖରେ ସୀଧୀରୁ ଏକ ଭିଡିଓ ଭାଇରାଲ ହୋଇଥିଲା । ଉକ୍ତ ଭିଡିଓରେ ବିଜେପି ବିଧାୟକ ପ୍ରବେଶ ଶୁକ୍ଳା ନିଶାଗ୍ରସ୍ତ ହୋଇ ଉପରୋକ୍ତ ଯୁବକ ଉପରେ ପରିଶ୍ରା କରିଥିବା ଦେଖିବାକୁ ମିଳିଥିଲା । ପ୍ରବେଶ ଶୁକ୍ଳା ହାତରେ ସିଗାରେଟ ମଧ୍ୟ ଥିôଲା । ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଚୌହାନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆରୋପୀକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।