ମା’ ବରାଳଦେବୀଙ୍କ ବାର୍ଷିକ ପୂଜାତ୍ସୋବ; ହଜାର ହଜାର ଭକ୍ତଙ୍କ ସମାଗମ

ଫୁଲବାଣୀ/ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ବନ୍ଧଗଡ଼ ସ୍ଥିତ ମା ବରାଳଦେବୀଙ୍କ ବାର୍ଷିକ ପୂଜାତ୍ସୋବ ମହାଆଡ଼ମ୍ବର ସହିତ ଆରମ୍ଭ ହୋଇଛି। ତିନିଦିନ ଧରି ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ। ଆଜି ଆରମ୍ଭ ଦିନରେ ହିଁ ହଜାର ହଜାର ଭକ୍ତଙ୍କ ସାମଗମ ଦେଖାଯାଇଛି। ତିନିଦିନ ଧରି ଚାଲୁଥିବା ଏହି ଉତ୍ସବରେ ଜିଲ୍ଲା ଓ ଜିଲ୍ଲା ବାହାରର ବହୁ ସଂଖ୍ୟରେ ଭକ୍ତ ମାନେ ସାମିଲ୍ ହୋଇ ନିଜର ମାନସିକ ପୂରଣ ପାଇଁ ପୂଜାପାଠ କରିଥାନ୍ତି। ଗ୍ରାମ ପରିଚାଳନା କମିଟି ଓ ବନ୍ଧଗଡ଼ ସ୍ଥିତ ଫ୍ରେଣ୍ଡସ୍ ଯୁବକ ସଂଘର ମିଳିତ ସହଯୋଗର ବିଭିନ୍ନ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ପୂଜା ଉତ୍ସବ ଅବସରରେ ଭଜନ ସଂନ୍ଧ୍ୟା ଓ ପୌରାଣିକ ନାଟକ ମଧ୍ୟ ପରିବେଷଣ ହେଉଛି।

ମନ୍ଦିର ପରିଚାଳନା କମିଟିର ସଭାପତି ଗୋପବନ୍ଧୁ ବିଶୋୟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପୂଜା ଉତ୍ସବ ପାଳନରେ ଉପସଭାପତି ଦଶରଥ ଦେହୁରୀ, ସମ୍ପାଦକ ପ୍ରଫୁଲ ବିନ୍ଧାଣୀ ଓ କୋଷାଧ୍ୟକ୍ଷ ଅଭୟ ବାରିକଙ୍କ ସହିତ ଉପଦେଷ୍ଟା ପ୍ରଦୀପ କୁମାର ସାହୁ, ଅଶୋକ ଦେହୁରୀ, ସହଦେବ ନାୟକ, ରବିନ୍ଦ୍ର ଭୁକ୍ତା ଓ ପ୍ରକାଶ ରଣାଙ୍କ ସମେତ ଯୁବକ ସଂଘର ସଦସ୍ୟମାନେ ସହଯୋଗ କରୁଛନ୍ତି। ଆଜି ପାରମ୍ପାରିକ ପ୍ରଭାରେ ଗାଁରେ ଭ୍ରମଣ ସହିତ ନିତି ଓ ନିଷ୍ଠାର ସହିତ ପୂଜାର୍ଚ୍ଚନା କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।